ଟେଳା Ṭeḻā

  • ଦେ. ବି. (ସଂ. ଦଳ; ଦଳନୀ) — ବୋଲୁଅ; ବଡ଼ ଟେକା; ଲୋଷ୍ଟ୍ର; ଢେଲା; ଢେଣୁଆ — Clod of earth
  • ଦେ. ବି. (ସଂ. ଦଳ; ଦଳନୀ) — ମାଟିର ବଡ଼ ବଡ଼ ଖଣ୍ଡ — Large lumps of dry earth
  • ଦେ. ବି. (ସଂ. ଦଳ; ଦଳନୀ) — (ମାଛ, ମାଂସ, ଅଫିମ ଆଦିର) ବଡ଼ ବଡ଼ ଖଣ୍ଡ ବା ମୁଣ୍ଡା — Big pieces or bits (of a fish etc.)
  • ଦେ. ବି. (ସଂ. ଦଳ; ଦଳନୀ) — (ଯଥା—ସେ ନିତି ସକାଳୁ ଅଫିମ ଟେଳାଏ ଖାଏ।)
  • ଦେ. ବି. (ସଂ. ଦଳ; ଦଳନୀ) — [ଦ୍ର—'ଟେଳା' 'ଟେକା' ଠାରୁ ଆକାରରେ ବଡ଼।]