ଟୀକା Ṭīkā
- ସଂ. ବି. ସ୍ତ୍ରୀ (ଟୀକ୍ ଧାତୁ=ଗମନ କରିବା+କରଣେ ଅ+ସ୍ତ୍ରୀ. ଆ; ମୂଳ ଗ୍ରନ୍ଥର ଅର୍ଥ ଯାହାଦ୍ୱାରା ଚାଳିତ ହୁଏ) — ବ୍ୟାଖ୍ୟା; ଗ୍ରନ୍ଥର ଅର୍ଥର ବିଶଦୀକରଣ — Annotation; commentary; explanation
- ଦେ. ବି — ରାଜଟୀକା; ରାଜାଙ୍କର ସିଂହାସନାରୋହଣ କାଳରେ ତାଙ୍କ କପାଳରେ ଦିଆଯିବା ଚନ୍ଦନାଦିର ଟୋପା — A mark with sandal paste etc. put on the forehead of a king on the occasion of his accession
- ଦେ. ବି — ଟିକା (ଦେଖ) — Ṭikā (See)