ଟିଟ୍ଟିଭ Ṭiṭṭiva
- ସଂ. ବି. (ଟିଟ୍ଟି=ଅନୁକରଣ ଶଦ୍ଦ+ଭାଷ୍ ଧାତୁ+କର୍ତ୍ତୃ. ଅ; ତୁଳ ଲାଟିନ୍ ଟୋଟାନାସ, ଇଂ ଟାଟ୍ଲର) — ଟେଣ୍ଟେୟା; ଟେଁଟେଁୟା ପକ୍ଷୀ; ତେଣ୍ଟେଇ ଚଢ଼େଇ — The tattler bird; Totanus Flavipes
- ସଂ. ବି. (ଟିଟ୍ଟି=ଅନୁକରଣ ଶଦ୍ଦ+ଭାଷ୍ ଧାତୁ+କର୍ତ୍ତୃ. ଅ; ତୁଳ ଲାଟିନ୍ ଟୋଟାନାସ, ଇଂ ଟାଟ୍ଲର) — [ଦ୍ର—ଏହା କୂଳେଚର ବର୍ଗର ପକ୍ଷିବିଶେଷ ଏହାର ଦେହ ପାଉଁଶିଆ ଧଳା ଓ ଚିତ୍ରିତ। ଏହାର ମୁଣ୍ଡରେ ପାଖିଆ ପରି କଳା ପରର ଟୋପି ଅଛି; ଥଣ୍ଟ ସରୁ, କଳା ଓ ଲମ୍ବ; ଗୋଡ଼ ଲମ୍ବ ଲମ୍ବ ଓ ସରୁ; ଲାଞ୍ଜର ଅଗ କଳା। ଏହା ପ୍ରାୟ 8 ଆଙ୍ଗୁଳ ଲମ୍ବ ହୁଏ; ଏ ରାତିରେ ଗୋଡ଼କୁ ଆକାଶ ଆଡ଼କୁ ଟେକି ଚିତି ହେଇ ଶୁଏ; ପ୍ରବାଦ ଅଛି ଯେ, କାଳେ ସେ ଶୋଇଲା ବେଳେ ଆକାଶ ତା ଉପରେ ଖସି ଅଜାଡ଼ି ହୋଇ ପଡ଼ିଯିବ ଓ ଯେବେ ଖସି ପଡ଼ିବ ତେବେ ସେ ତାହାର ଗୋଡ଼ ଦ୍ୱାରା ଆକାଶକୁ ଟେକି ଧରି ଆପଣାକୁ ବଞ୍ଚାଇବ; ଏହି ଧାରଣାରେ ଟିଟ୍ଟିଭ ପକ୍ଷୀ ଗୋଡ଼ ଟେକି ଚିତି ହୋଇ ଶୁଏ। ଏ ଉଡ଼ିଲା ବେଳେ ଏହାର ପ୍ରସାରିତ ପକ୍ଷରେ ଧଳା ଓ କଳା ପଟି ଦେଖାଯାଏ। ଗେଣ୍ଡା ଓ ପୋକଜୋକ ଏହାର ଖାଦ୍ୟ। ଏ ନଈ କୂଳରେ ଟେଁ ଟେଁ ଶଦ୍ଦ କରି ଉଡ଼େ। ଏ ଚାଲିବା ବେଳେ ଲାଞ୍ଜକୁ ସର୍ବଦା ନଚାଉ ଥାଏ।] — [ଦ୍ର—ଏହା କୂଳେଚର ବର୍ଗର ପକ୍ଷିବିଶେଷ ଏହାର ଦେହ ପାଉଁଶିଆ ଧଳା ଓ ଚିତ୍ରିତ ଏହାର ମୁଣ୍ଡରେ ପାଖିଆ ପରି କଳା ପରର ଟୋପି ଅଛି; ଥଣ୍ଟ ସରୁ, କଳା ଓ ଲମ୍ବ; ଗୋଡ଼ ଲମ୍ବ ଲମ୍ବ ଓ ସରୁ; ଲାଞ୍ଜର ଅଗ କଳା ଏହା ପ୍ରାୟ8ଆଙ୍ଗୁଳ ଲମ୍ବ ହୁଏ; ଏ ରାତିରେ ଗୋଡ଼କୁ ଆକାଶ ଆଡ଼କୁ ଟେକି ଚିତି ହେଇ ଶୁଏ; ପ୍ରବାଦ ଅଛି ଯେ, କାଳେ ସେ ଶୋଇଲା ବେଳେ ଆକାଶ ତା ଉପରେ ଖସି ଅଜାଡ଼ି ହୋଇ ପଡ଼ିଯିବ ଓ ଯେବେ ଖସି ପଡ଼ିବ ତେବେ ସେ ତାହାର ଗୋଡ଼ ଦ୍ୱାରା ଆକାଶକୁ ଟେକି ଧରି ଆପଣାକୁ ବଞ୍ଚାଇବ; ଏହି ଧାରଣାରେ ଟିଟ୍ଟିଭ ପକ୍ଷୀ ଗୋଡ଼ ଟେକି ଚିତି ହୋଇ ଶୁଏ ଏ ଉଡ଼ିଲା ବେଳେ ଏହାର ପ୍ରସାରିତ ପକ୍ଷରେ ଧଳା ଓ କଳା ପଟି ଦେଖାଯାଏ ଗେଣ୍ଡା ଓ ପୋକଜୋକ ଏହାର ଖାଦ୍ୟ ଏ ନଈ କୂଳରେ ଟେଁ ଟେଁ ଶଦ୍ଦ କରି ଉଡ଼େ ଏ ଚାଲିବା ବେଳେ ଲାଞ୍ଜକୁ ସର୍ବଦା ନଚାଉ ଥାଏ]