ଟାଣି Ṭāṇi

  • ଦେ. ବି (ସଂ. ତନ ଧାତୁ) — ଲୁଗା ବୁଣିବା ବେଳେ ତନ୍ତରେ ଯେଉଁ ସୂତାକୁ ଟାଣି କରି ରଖା ଯାଇଥାଏ; ବସ୍ତ୍ରର ଲମ୍ବ— ବାଗର ସୂତା — Warp
  • ଦେ. ବି (ସଂ. ତନ ଧାତୁ) — [ଦ୍ର—ତନ୍ତରେ ପ୍ରଥମେ ଲମ୍ବବାଗର ସୂତା ମାନଙ୍କୁ ଟାଣି କରି ରଖାଯାଏ ଓ ପରେ ତହିଁ ମଧ୍ୟରେ ଚଉଡ଼ାବାଗର ସୂତାକୁ କାଣ୍ଡିଆ ଦ୍ୱାରା ଭରଣା କରାଯାଇ ଲୁଗା ବୁଣାଯାଏ ବୋଲି ଏ ସୂତା ମାନଙ୍କର ନାମ ଯଥାକ୍ରମେ ଟାଣି ଓ ଭରଣି ହୋଇଅଛି।]
  • ଦେ. କ୍ରି. ବିଣ (ଟାଣିବା କ୍ରିୟାର ଅସମାପିକା ରୂପ) — କର୍କଶରୂପେ; ନିଷ୍ଠୁରଭାବରେ — Harshly; cruelly
  • ଦେ. କ୍ରି. ବିଣ (ଟାଣିବା କ୍ରିୟାର ଅସମାପିକା ରୂପ) — ଟାଣି ପଛେ ପଦେ ବୋଲନ୍ତୁ—କବିସୂର୍ଯ୍ୟ. ସଙ୍ଗୀତ।