ଟପା Ṭapā
- ଦେ. ବି. (ସଂ. ଲମ୍ଫ) — ସରଳ ତାଳଯୁକ୍ତ ଗୀତ ବିଶେଷ — A solo; a short light air music; a short merry song
- ଦେ. ବି. (ସଂ. ଲମ୍ଫ) — (ତୁଳ. ଦ୍ରାବିଡ଼—ଟପାଲ) ଚିଠି ନେବାର ଡାକ; ପୋଷ୍ଟ — Post
- ଦେ. ବି. (ସଂ. ଲମ୍ଫ) — ଟପା ଥିବା ତାର ବଚନୁ ଗୋଚର ଯେତେ ସମାଚାର ଗୋପେ— କବିସୂର୍ଯ୍ୟ, କିଶୋରୀଚମ୍ପୂ. ଟ—ଗୀତ।
- ଦେ. ବି. (ସଂ. ଲମ୍ଫ) — ଟପିବା; ଡ଼େଇଁବା — Leaping; jumping
- ଦେ. ବି. (ସଂ. ଲମ୍ଫ) — ଯେଉଁ ଲୋକ ଡାକଥଳି ବହେ — Post-man; postal runner
- ଦେ. ବି. (ସଂ. ଲମ୍ଫ) — ବାଟୋଇର ଭାବ ଦେଖି ନାଉରୀ ମଧ୍ୟ ତୋଠ ଆଡ଼କୁ ଚାହିଁ କହିଲା ଓହୋ ଟପାଟା ହାବୁଡ଼ିଲା ଯେ—ଫକୀରମୋହନ, ଛମାଣ ଆଠଗୁଣ୍ଠ।
- ଦେ. ବି. (ସଂ. ଲମ୍ଫ) — ଢାଗା ସିଲାଇ ବହୁଦୂର ବ୍ଯବଧାନରେ ଗୋଟାଏ ଲେଖାଏ ଟାଙ୍କା ଦେଇ କରାଯିବା ସିଲେଇ; ଢାଗା — Long stitch
- ପ୍ରାଦେ. (ଗଞ୍ଜାମ) ବି—ଯାନାଦିର ଡାକ — Relay of horses for travelling a long distance
- ପ୍ରାଦେ. (ଗଡ଼ଜାତ) ବି—ରାଜାଦେଶରେ ରାଜ୍ୟ ମଧ୍ୟ ଦେଇ ଏକ ଗ୍ରାମରୁ ଗ୍ରାମାନ୍ତର ବାଟେ ଦୂର ଦେଶରୁ ପତ୍ରାଦି ବୁହା ଯିବାର ବନ୍ଦୋବସ୍ତ — An arrangement a taking letters from village to villege
- ପ୍ରାଦେ. (ସମ୍ବଲପୁର) ବି— ବ୍ୟଙ୍ଗୋକ୍ତିଦ୍ୱାରା କୌଣସି ବ୍ଯକ୍ତିକୁ ଚିଡ଼ାଇବା — Teasing a person by innuendoes