ଟଙ୍କି Ṭaṅki
- ଦେ. ବି. (ସଂ. ଟଙ୍କା) — ଲାଖରାଜ ଭୂମି ନିମନ୍ତେ ଲାଖ— ରାଜଦାର୍ମାନେ ସରକାରଙ୍କୁ ଦେବା ନିରୂପିତ ସାମାନ୍ୟ ରାଜକର — Nominal or quit rent paid by holders of revenue-free grants
- ଦେ. ବି. (ସଂ. ଟଙ୍କା) — [ଦ୍ର—ଓଡ଼ିଶାର ରାଜାମାନେ ବ୍ରାହ୍ମଣ ଶାସନମାନ ବସାଇ ବ୍ରାହ୍ମଣ— ମାନଙ୍କୁ ଯେଉଁ ଭୂ—ବୃତ୍ତି ଦାନ କରିଥିଲେ ତାହା ଉପରେ ନାମମାତ୍ର କର ଧାର୍ଯ୍ୟ କରିଥିଲେ (ଯଥା—ଏକ ବାଟିକୁ ଟଙ୍କାଏ ଲେଖାଏଁ) ଓ ଉକ୍ତ ଜମିମାନଙ୍କର ଟଙ୍କି ଖଜଣା ଚିରକାଳ ସକାଶେ ଅପରିବର୍ତ୍ତନୀୟ ହୋଇ ରହିବ ବୋଲି ଗ୍ରହୀତାମାନଙ୍କୁ ସନନ୍ଦ ମିଳିଥିଲା। ଇଂରାଜ ସରକାର ଓଡ଼ିଶା ରାଜସ୍ୱ ବନ୍ଦୋବସ୍ତବେଳେ ସନନ୍ଦମାନ ପରୀକ୍ଷା କରି ଉକ୍ତ ସନନ୍ଦମାନ ଅନୁମୋଦନ କରିଅଛନ୍ତି।]
- ଦେ. ବି. (ସଂ. ଟଙ୍କା) — ଯେଉଁ ଲାଖରାଜ ବୃତ୍ତି ଉପରେ ଟଙ୍କି କର ନିର୍ଦ୍ଧାରିତ ଅଛି — Revenue-free holding held on quit-rent
- ବିଣ — ଯେଉଁ ଜମି ନିମନ୍ତେ ଟଙ୍କି ଖଜଣା ଦେୟ ଅଟେ — (land) Held on payment of a nominal rent
- ବିଣ — ଯେଉଁ ରାଜସ୍ୱ ନାମମାତ୍ର ବା ଟଙ୍କି ରୂପେ ନିର୍ଦ୍ଧାରିତ (ଯଥା—ଟଙ୍କି ଖଜଣା) — (sum) Paid in the shape of quit-rent; nominal (rent)
- ବିଣ — [ଦ୍ର—ଟଙ୍କି ଅନେକ ପ୍ରକାର ଅଛି; ଯଥା—ବାଟୀଟଙ୍କି ବାହେଲି ଟଙ୍କି, ଟଙ୍କି ବାଯ୍ୟାପ୍ତି, ଦେବୋତ୍ତୋର ଟଙ୍କି, ବ୍ରହ୍ମୋତ୍ତର ଟଙ୍କି ଇତ୍ୟାଦି।]