ଝି Jhi

  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ପା. ଧୀତା; ସଂ. ଜାମି= କନ୍ଯା; ଇଉରୋପୀୟ ଆର୍ଯ୍ୟଭାଷା ଦ୍ସୀ, Zi)— କନ୍ଯା; ଝିଅ — Daughter
  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ପା. ଧୀତା; ସଂ. ଜାମି= କନ୍ଯା; ଇଉରୋପୀୟ ଆର୍ଯ୍ୟଭାଷା ଦ୍ସୀ, Zi)— (ବେଳସୁଁ) କୁଟୁତୁଣୀ ଘର ଝି! ଢିଙ୍କିଟାମାନ ଦେଖିଲାକ୍ଷଣି (ବୋଲନ୍ତି) ଏଇଟାମାନ କି?—ଢଗ।
  • ପ୍ରାଦେ. (ମେଦିନୀପୁର) ବି. (ତୁଳ. ଏହି ଅର୍ଥରେ ବଂ. ଏହି ଶବ୍ଦ)—ଦାସୀ — Maid servant
  • ପ୍ରାଦେ. (ସିଂହଭୂମ) ବି—ପିଉସୀ — Father's sister
  • ପ୍ରାଦେ. (ଗଡ଼ଜାତ) ଅ. (ପୋଖରୀ ଓ ନଈକୁ ମଇଁଷିମାନଙ୍କୁ ଗାଧୋଇବାକୁ ନେଇଥିବା ଜଗୁଆଳର ଡାକ) ପାଣିରେ ସମୁଦାୟ ଶରୀର ବୁଡ଼ିଲା ଭଳି ଶୋଇ ପଡ଼୍ — A word used by the driver buffaloes requiring them to lie down in the water while having a bath