ଝିଅ Jhia

  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ଧୀଦା; ସଂ. ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା) — କନ୍ଯା — Daughter
  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ଧୀଦା; ସଂ. ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା) — ଝିଅକୁ ମାରି ବୋହୁକୁ ଶିଖାଇବା ନ୍ଯାୟ, ଢଗ।
  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ଧୀଦା; ସଂ. ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା) — ବାଳିକା — Girl
  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ଧୀଦା; ସଂ. ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା) — ଶରଣ ସମ୍ଭାଳ ଦୁଃଖୀ ଝିଅକୁ ମା ରଖ ଶ୍ରୀଚରଣ ତଳେ ରାଧାନାଥ, ପାର୍ବତୀ।
  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ଧୀଦା; ସଂ. ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା) — କନ୍ୟାସ୍ଥାନୀୟା ବାଳିକା — A girl whom a person treats as his daughter
  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ଧୀଦା; ସଂ. ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା) — [ଦ୍ର—ସାଧାରଣତଃ ଆପଣାଠାରୁ ବୟସରେ ଖୁବ୍ ସାନ ଅପରିଚିତା ସ୍ତ୍ରୀଲୋକ ବା ବାଳିକାକୁ ବାଟରେ ଭେଟିଲେ ତାକୁ କିଛି କଥା କହିବାର ଆବଶ୍ୟକ ହେଲେ ତାକୁ ଆଲୋ ଝିଅ! ବୋଲି ସଂବୋଧନ କରାଯାଏ; ଆପଣାର ସମାନବୟସ୍କା ସ୍ତ୍ରୀଲୋକକୁ ଭଉଣୀ! ଓ ଆପଣାଠାରୁ ବୟସରେ ବଡ଼ ସ୍ତ୍ରୀଲୋକଙ୍କୁ ମାଉସୀ! ବୋଲି ସଂବୋଧନ କରାଯାଏ। ଉକ୍ତ ସ୍ତ୍ରୀଲୋକ ସଙ୍ଗେ ଖୁବ୍ ଆଳାପ— ପରିଚୟ ଥିଲେ ଆପଣାଠାରୁ ବୟସରେ ସାନ ସ୍ତ୍ରୀ ଲୋକକୁ ମାଆ ବାଈ! ସଂବୋଧନ କରାଯାଏ ଓ ବୟସରେ ବଡ଼ ସ୍ତ୍ରୀ ଲୋକଙ୍କୁ ମାଆ ବା ମାଉସୀ! ବୋଲି ସଂବୋଧନ କରାଯାଏ । ଏହିପରି ଆପଣାଠାରୁ ଅଳ୍ପବୟସ୍କ ଅପରିଚିତ ପୁରୁଷ ଲୋକକୁ ଆରେ ପୁଅ!, ସମବୟସ୍କକୁ ଭାଇ! ଓ ଊର୍ଦ୍ଧ୍ୱବୟସ୍କକୁ ମଉସା! ବୋଲି ସଂବୋଧନ କରାଯାଏ ଏବଂ ପରିଚିତ ଅଳ୍ପବୟସ୍କ ପୁରୁଷକୁ ବାପ! ବାପା! ବାବା ଓ ବେଶି ବୟସର ପୁରୁଷକୁ ବାବା! ମଉଷା! ବୋଲି ସମ୍ବୋଧନ କରାଯାଏ।]
  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ଧୀଦା; ସଂ. ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା) — ଅମୁକ ବଂଶ ଜାତା ବା ଅମୁକ ଜାତୀୟା ସ୍ତ୍ରୀ — A woman born of a particular caste or family
  • ଦେ. ବି. ସ୍ତ୍ରୀ. (ସଂ. ଦୁହିତା; ପ୍ରା. ଧୀଆ; ଧୀଦା; ସଂ. ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା) — (ଯଥା—ସେ ଗଉଡ଼ ଘର ଝିଅ।)