ଝାଳ Jhāḻa

  • ଦେ. ବି (ସଂ. ଜଳ; ଝର; ଧାରା) — ସ୍ୱେଦ; ଘର୍ମ — Sweat; perspiration
  • ଦେ. ବି (ସଂ. ଜଳ; ଝର; ଧାରା) — ତାଟକାଝାଳେ ପୂର୍ଣ୍ଣ କଲେ ସେ ଦେହକୁ— କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. ବି (ସଂ. ଜଳ; ଝର; ଧାରା) — [ଦ୍ର— ଝାଳ କେବଳ ସ୍ତନ୍ଯପାୟୀ ଜୀବଙ୍କଠାରୁ ବହେ। ରାସାୟନିକ ବିଶ୍ଳେଷଣ ଦ୍ୱାରା ଦେଖା ଯାଇଅଛି ଯେ ଝାଳର ଉପାଦାନ ପ୍ରାୟ ପ୍ରସ୍ରାବର ଉପାଦାନ ପରି। ଝାଳରେ କ୍ଷାର, ଚର୍ବୀ ଓ ପ୍ରୋଟୀନ (ଶରୀର ଧାତୁ) ଥାଏ। ଏହା ଲୋମକୂପରୁ ନିର୍ଗତ ହୁଏ। ଗ୍ରୀଷ୍ମାଧିକ୍ୟରେ, ଅଧିକ ପରିଶ୍ରମରେ ବା ବ୍ଯାୟାମରେ, ଲଜ୍ଜା, କ୍ରୋଧ ଓ ଭୟଆଦି ଗଭୀର ଆବେଗରେ କିମ୍ବା ଅତ୍ୟଧିକ ଜଳପାନ କଲେ ଅଧିକ ଝାଳ ବୁହେ। ଏହା ଛଡ଼ା ରୋଗ ଯୋଗୁ ପ୍ରସ୍ରାବର ପରିମାଣ କମ ହୋଇଗଲେ ଝାଳର ପରିମାଣ କମ ହୁଏ। ସୁସ୍ଥ ବ୍ଯକ୍ତିର ଶରୀରରୁ ବହିବା ଝାଳରେ ଗନ୍ଧ ନ ଥାଏ, କିନ୍ତୁ ରୋଗୀର ଦେହରେ ଝାଳ ଦୁର୍ଗନ୍ଧ ହୁଏ। ହି. ଶବ୍ଦସାଗର।]
  • ଦେ. ବି (ସଂ. ଜଳ; ଝର; ଧାରା) — (ସଂ. ଉଦ୍ଧାର; ପ୍ରା. ଉଝାଳ) ଦୁଇଟି ଭିନ୍ନ ଧାତୁଖଣ୍ଡରୁ ଗଳିତ ଧାତୁ ଦ୍ୱାରା ଜୋଡ଼ିବା; ଝାଳିବା — Soldering
  • ପ୍ରାଦେ. (ମେଦିନୀପୁର) ବି (ତୁଳ. ବଂ. ଝାଲ୍=ରାଗା; କଟୁ ସ୍ୱାଦ) — ଲଙ୍କାମରିଚ — Chillies