ଝାମୁ ଯାତ Jhāmu j̄āta
- ଦେ. ବି — ପଟୁଆଯାତ; ପଣାସଂକ୍ରାନ୍ତିରେ ବ୍ରତଧରୀ ପାଟୁଆ— ମାନଙ୍କର ନିଆଁରେ ଚାଲିବା ଓ ବାଦ୍ୟ ସହିତ ଗୀତ ବୋଲି ନାଚିବା ପର୍ବ — The festival of fire-walking, dancing accompanied with music performed by some devotees on Chaitra saṁkrānti
- ଦେ. ବି — [ଦ୍ର—ପଣା ସଂକ୍ରାନ୍ତି ଦିନ ସାତଟି ଗାତ ଭୂଇଁରେ ଖୋଳା ହୋଇ ସେଥିରେ ନିଆଁ ଦହକୁ ଥାଏ। ଅନ୍ଯ ଗୋଟିଏ ଗାତରେ ଦୁଧ ଓ ପାଣି ପୂର୍ଣ୍ଣ ଥାଏ। ବ୍ରତଧାରୀ ବ୍ଯକ୍ତି ଦୁଧପାଣି ଥିବା ଗାତରେ ଗୋଡ଼ି ବୁଡ଼ାଇ ସାରି ତାପରେ ନିଆଁ ଜଳୁଥିବା 7 ଟି ଗାତରେ ଏକାଦିକ୍ରମେ ଗୋଡ଼ ଦେଇ ଦେଇ ଚାଲିଯାଏ ଓ ତାହା ଗୋଡ଼ରେ ଫୋଟକା ହୁଏ ନାହିଁ। କଟକ ଜିଲ୍ଲାର ବାଙ୍କି ଓ କେତେକ ଗଡ଼ଜାତରେ ଏ ଯାତ ହୁଏ। ସେ ଦିନ ଓ ତା ପରେ କେତେ ଦିନ ପର୍ଯ୍ୟନ୍ତ ବ୍ରତଧାରୀମାନେ ବେଶ ପିନ୍ଧି ଗ୍ରାମ ଗ୍ରାମ ବୁଲି ବାଦ୍ୟ ସହ ନାଚନ୍ତି ଓ ଗୀତ ଗାଆନ୍ତି।] — [ଦ୍ର—ପଣା ସଂକ୍ରାନ୍ତି ଦିନ ସାତଟି ଗାତ ଭୂଇଁରେ ଖୋଳା ହୋଇ ସେଥିରେ ନିଆଁ ଦହକୁ ଥାଏ ଅନ୍ଯ ଗୋଟିଏ ଗାତରେ ଦୁଧ ଓ ପାଣି ପୂର୍ଣ୍ଣ ଥାଏ ବ୍ରତଧାରୀ ବ୍ଯକ୍ତି ଦୁଧପାଣି ଥିବା ଗାତରେ ଗୋଡ଼ି ବୁଡ଼ାଇ ସାରି ତାପରେ ନିଆଁ ଜଳୁଥିବା7ଟି ଗାତରେ ଏକାଦିକ୍ରମେ ଗୋଡ଼ ଦେଇ ଦେଇ ଚାଲିଯାଏ ଓ ତାହା ଗୋଡ଼ରେ ଫୋଟକା ହୁଏ ନାହିଁ କଟକ ଜିଲ୍ଲାର ବାଙ୍କି ଓ କେତେକ ଗଡ଼ଜାତରେ ଏ ଯାତ ହୁଏ ସେ ଦିନ ଓ ତା ପରେ କେତେ ଦିନ ପର୍ଯ୍ୟନ୍ତ ବ୍ରତଧାରୀମାନେ ବେଶ ପିନ୍ଧି ଗ୍ରାମ ଗ୍ରାମ ବୁଲି ବାଦ୍ୟ ସହ ନାଚନ୍ତି ଓ ଗୀତ ଗାଆନ୍ତି]