ଝର Jhara

  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — ନିର୍ଝର; ଝରଣା — Natural spring; water-fall
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — ପର୍ବତ ଉପରୁ ତଳକୁ ବହୁଥିବା ଜଳପ୍ରବାହ — Hill-spring; cascade
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — ଭୂଗର୍ଭସ୍ଥ ଜଳପ୍ରବାହ ଯାହା ମାଟି ଭେଦ କରି ଉଠେ; ଫୁଆରା — Fountain; spring of under- ground water
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — ଭୂଗର୍ଭୋତ୍ଥିତ ଅବିରଳ ଜଳପ୍ରବାହ — Inexhaustible spring of under-ground water
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — ସମୂହ (ହି. ଶବ୍ଦସାଗର) — Multitude; collection
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — ବେଗ (ହି. ଶବ୍ଦସାଗର) — Velocity
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — ଲଗାଣ; ଅବିରତ ଧାରାରେ ବୃଷ୍ଟି (ହି. ଶବ୍ଦସାଗର) — Continuous shower of rain
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — କୌଣସି ବସ୍ତୁର ଅବିରତ ପତନ (ହି. ଶବ୍ଦସାଗର) — Continuous shower of any thing
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — ଆଞ୍ଚ; ତାପ; ଜ୍ୱାଳା (ହି. ଶବ୍ଦସାଗର) — Heat
  • ସଂ. ବି. (ଝୃ ଧାତୁ=ତଳକୁ ପଡ଼ିବା+କରଣ. ଅ) — କୋଲପ ଭିତରର କଳ—(ହି. ଶବ୍ଦସାଗର) — The inner mechanism of a padlock