ଝରି Jhari
- ଦେ. ବି. (ସଂ. ଝର; ସଂ. ଧାର) — ସରୁ ମୁହଁ ଓ ଲମ୍ବ ବେକ ଥିବା ଜଳପାତ୍ର; ସୋରେଇ — A narrow-necked water-jug
- ଦେ. ବି. (ସଂ. ଝର; ସଂ. ଧାର) — କୁଶିକ ସୁନା ଝରି ମଧ୍ୟେ ଜଳ ଭରି ଭାର୍ଯ୍ୟା ସଙ୍ଗେ ଗୋଡ଼ ଧୋଇଲେ ପ୍ରୀତି ଭରି। କୃଷ୍ଣସିଂହ, ମହାଭାରତ, ଅନୁଶାସନ।
- ଦେ. ବି. (ସଂ. ଝର; ସଂ. ଧାର) — ନଳ ଲାଗିଥିବା ଢାଳ; ଗଡ଼ୁ — A spouted jug
- ଦେ. ବି. (ସଂ. ଝର; ସଂ. ଧାର) — ରଙ୍କ ପାଇଛି ଝରି, ପାଣି ପିଇପିଇ ମରି—ଢଗ।
- ଦେ. ବି. (ସଂ. ଝର; ସଂ. ଧାର) — ପନୀର ବା ଗୋଲାପଜଳ ଛିଞ୍ଚିବାର ଛିଦ୍ରଯୁକ୍ତ ପାତ୍ର; ଗୋଲାପପାସ୍ — A pot with perforated mouth for sprinkling scents on guests
- ଦେ. ବି. (ସଂ. ଝର; ସଂ. ଧାର) — କୌଣସି ପଦାର୍ଥରୁ ଝରିବା ଜଳୀୟ ପଦାର୍ଥ — Any watery substance which drops from anything
- ଦେ. ବି. (ସଂ. ଝର; ସଂ. ଧାର) — ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି, ଚିର ତୃଷିତର ମୁଖେ ଭରି। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଚ ଗୀତ।
- ଦେ. ବି. (ସଂ. ଝର; ସଂ. ଧାର) — ଯନ୍ତ୍ର ବା ରନ୍ଦା ସାହାଯ୍ୟରେ କାଠ ଆଦିରେ କରାଯିବା ଲମ୍ବ ସରୁ ନାଳୀ — Narrow grooves made in wood-work
- ଦେ. ବି. (ସଂ. ଝର; ସଂ. ଧାର) — ଏକ ପ୍ରକାର ଟାଣୁଆ ଘାସ — Eihinoitoa Colona (A kind of stiff grass)
- ଦେ. ବି. (ସଂ. ଝର; ସଂ. ଧାର) — [ଦ୍ର—ଏହା ସରୁ ଓ ସିଧା, ଜଳସିକ୍ତ ସ୍ଥାନରେ ବଢ଼େ।]
- ଦେ. ବି. (ସଂ. ଝର; ସଂ. ଧାର) — କୋଲପ ମଧ୍ୟରେ ଥିବା କଳ ବା ଘୋଡ଼ା (ଯାହାକୁ କୁଞ୍ଚି ଦ୍ୱାରା ଆଗକୁ ବା ପଛକୁ ଖସାଇ ଦିଆ ଗଲେ କୋଲପ ବନ୍ଦ ହୁଏ ବା ଖୋଲି ଯାଏ) — The lever of a padlock
- ଦେ. ବି. (ସଂ. ଝର; ସଂ. ଧାର) — (ଗ୍ରା. ଇତର ବ୍ଯବହୃତ; ଡ଼ ସ୍ଥାନରେ ର ଉଚ୍ଚାରଣ)— ଝଡ଼ (ଦେଖ) — Jhaṟḍ̠a (See)