ଜଡ଼ା Jaṟḍ̠ā
- ଦେ. ବି — (ସଂ. ଏରଣ୍ଡ; ଡମ୍ବକ)—ଏରଣ୍ଡ; ଗବ — Castor seed plant; Ricinus Communis
- ଦେ. ବି — ଜଡ଼ା ବୃକ୍ଷ ହୋଇଯାଇ ଅଗର ଚନ୍ଦନ। ପ୍ରାଚୀ—ବ୍ରହ୍ମନିରୂପଣଗୀତା।
- ଦେ. ବି — (ସଂ. ଜଡ଼ିତ) ସଂଲଗ୍ନ ହେବା; ଆସକ୍ତ ହେବା; ଜଡ଼ିବା; ସଂଯୋଗ — Attachment; clinging to
- ପ୍ରାଦେ. (ଗଞ୍ଜାମ) ବି — ଜଡ଼ାତେଲ — Castor oil
- ପ୍ରାଦେ. (ଗଞ୍ଜାମ) ବି — ବାଇଢ଼ଙ୍କ ପତ୍ରରେ ଜଡ଼ା ଲଗାଇ ତଦ୍ଦ୍ୱାରା ଆଚ୍ଛାଦନ କଲେ ବ୍ରଣ ଶୁଷ୍କ ହୁଏ। ଦ୍ରବ୍ଯଗୁଣ କଳ୍ପଦ୍ରୁମ।
- ପ୍ରାଦେ. (ସିଂହଭୂମ) ବି — ପପୟା (ଦେଖ) — Papayā (See)
- ଦେ. ବିଣ — (ସଂ. ଜଡ଼ିତ) ରତ୍ନାଦିରେ ଜଡ଼ିତ — Set or inlaid with gems
- ଦେ. ବିଣ — (ସଂ. ଜଡ଼) ମୂକ — Dumb