ଜେଉଟ Jeu̇ṭa

  • ଦେ. ବି (ସଂ. ଡହୁ) — ଅଳ୍ପ ଅମ୍ଳ ସ୍ୱାଦୁଯୁକ୍ତ ଫଳ ଓ ତାହାର ବୃକ୍ଷ ବିଶେଷ — A tree bearing sourish edible fruits like mango- steen; the monkey jack; Artocarpus Lacooch Anthochynus Pictorius; Stalagmites pictoria (Fallon)
  • ଦେ. ବି (ସଂ. ଡହୁ) — ଆମ୍ବ ପନସ ପୁନ୍ନାଗ ଜେଭଟ, ବେଲ ବରୁଣ କପିଥ ପ୍ରକଟ। ବିଶ୍ୱନାଥ, ବିଚିତ୍ରରାମାୟଣ
  • ଦେ. ବି (ସଂ. ଡହୁ) — [ଦ୍ର—ଏହା ଉଦ୍ୟାନତରୁବିଶେଷ; ପତ୍ରମାନ ଡିମ୍ବିରିପତ୍ର ଭଳି କିନ୍ତୁ ଅପେକ୍ଷାକୃତ ଛୋଟ ଓ ଗୋଲାକାର; ଫଳମାନ ଆତ ଆକାରର ଓ ବହୁ ସ୍ଥାନରେ କୁବ୍ଜ ଓ କୁଞ୍ଚିତ; ପାଚିଲେ ହଳଦିଆ ହୁଏ; ବର୍ଷା ସମୟରେ ଫଳେ। ଫଳ ଈଷତ୍ ଅମ୍ଳରସବିଶିଷ୍ଟ। ବୈଦ୍ୟଶାସ୍ତ୍ର ମତରେ ଅପକ୍ୱ ଫଳ ଉଷ୍ଣବୀର୍ଯ୍ୟ, ଗୁରୁ, ବିଷ୍ଟମ୍ଭକାରକ, ତ୍ରିଦୋଷଜନକ, ରକ୍ତକାରକ, ଶୁତ୍ରଘ୍ନ, ଅଗ୍ନିନାଶକ ଓ ଚକ୍ଷୁର ହିତକର। ପାଚିଲା ଫଳ ବାୟୁ, ପିତ୍ତ, କଫ, ଅଗ୍ନି ଓ ବିଷ୍ଟମ୍ଭକର, ରୁଚିକର ଓ ଶୁକ୍ରଜନକ।]