ଜୀବିତ Jībita
- ସଂ. ବି. (ଜୀବ ଧାତୁ+ଭାବେ. ତ) — ଜୀବନ — Life
- ସଂ. ବି. (ଜୀବ ଧାତୁ+ଭାବେ. ତ) — ଭୀଷ୍ମ ବୋଇଲେ ଏ ଅଟଇ ବାବୁ ସତ ଇନ୍ଦ୍ର ନ ପାରନ୍ତି ନେଇ ମୋହୋର ଜୀବିତ—କୃଷ୍ଣସିଂହ, ମହାଭାରତ, ଭୀମ।
- ସଂ. ବି. (ଜୀବ ଧାତୁ+ଭାବେ. ତ) — ଆୟୁ; ଜୀବଦ୍ଦଶା; ଜୀବନକାଳ — Lifetime; age
- ସଂ. ବିଣ. ଫୁ — ଯେ ବଞ୍ଚିଅଛି; ଯେ ପ୍ରାଣଧାରଣ କରିଅଛି — Living; existence; having life
- ସଂ. ବିଣ. ଫୁ — ଜୀବନ୍ତ; ସଜୀବ; ଜୀଅନ୍ତା — Animate; alive