ଜିଆ Jiā
- ଦେ. ବି.—(ସଂ ନାମ କିଞ୍ଚୁଳୁକ, ମହୀଲତା, ଗଣ୍ଡପଦ; ତୁଳ. ସଂ. ଜ୍ୟା=ଧନୁର ଦଉଡ଼ି) — କେଞ୍ଚୁଆ, ମହୀଲତା ନାମକ କୀଟ — Earth-worm
- ଦେ. ବି.—(ସଂ ନାମ କିଞ୍ଚୁଳୁକ, ମହୀଲତା, ଗଣ୍ଡପଦ; ତୁଳ. ସଂ. ଜ୍ୟା=ଧନୁର ଦଉଡ଼ି) — [ଦ୍ର— ଏମାନେ ଅସ୍ଥିହୀନ କ୍ଷୁଦ୍ରସର୍ପାକୃତି; ବର୍ଷାଦିନେ ଭୂମିରେ ବହୁତ ଦେଖାଯାନ୍ତି। ଏମାନେ ଭୂମିତଳେ ମାଟି ଗାଳନ୍ତି। ଏମାନଙ୍କୁ ପୋଡ଼ି ବା ଭାଜି ଚୂର୍ଣ୍ଣ କରି ଖାଇଲେ ସାନ୍ନିପାତିକ ତୃଷା ବନ୍ଦ ହୁଏ।]
- ଦେ. ବି.—(ସଂ ନାମ କିଞ୍ଚୁଳୁକ, ମହୀଲତା, ଗଣ୍ଡପଦ; ତୁଳ. ସଂ. ଜ୍ୟା=ଧନୁର ଦଉଡ଼ି) — ମନୁଷ୍ୟ ପେଟରୁ ମଳ ସଙ୍ଗେ ବହାରିବା ବଡ଼ କୃମି — Tape-worm
- ପ୍ରାଦେ — (ବାଣପୁର) ବି— ଗଡ଼ିଶା (ମାଛ) (ଦେଖ) — Gaṟḍ̠iṡā (fish) (See)
- ପ୍ରାଦେ — (ମେଦିନୀପୁର) ବି— ରତା (ମାଛ) (ଦେଖ) — Ratā (fish) (See)
- ପ୍ରାଦେ — ଶିଶୁ — Infant