ଜାବାଳ Jābāḻa
- ସଂ. ବି. (ଅଜ+ପାଳ; ନିପାତନ) — ଛେଳି ରଖୁଆଳ — A goat-herd
- ସଂ. ବି. (ଅଜ+ପାଳ; ନିପାତନ) — ଜାବାଳି (ଦେଖ) — Jābāḻi (See)
- ସଂ. ବି. (ଅଜ+ପାଳ; ନିପାତନ) — (ଜାବାଳା+ଅପତ୍ୟାର୍ଥ. ଅ)—ଋଷିବିଶେଷ — Name of a sage
- ସଂ. ବି. (ଅଜ+ପାଳ; ନିପାତନ) — [ଦ୍ର—ଏ ଜବାଳାନାମ୍ନୀ ଋଷିପତ୍ନୀଙ୍କ ପୁତ୍ର ଥିଲେ। ଛନ୍ଦୋଗ୍ୟ ଉପନିଷଦରେ ଲେଖାଅଛି ଯେ ଏ ଋଷିମାନଙ୍କଠାକୁ ବେଦଶିକ୍ଷା କରିବାକୁ ଯିବା ସମୟରେ ଋଷିମାନେ ତାଙ୍କୁ ତାଙ୍କ ପିତାଙ୍କ ନାମ ପଚାରିଲେ; ଏ ତାହା ଜାଣି ନ ଥିବାରୁ ଯାଇ ମାତାଙ୍କୁ ପଚାରିଲେ। ମାତା କହିଲେ ମୁଁ ଯୌବନରେ ବହୁ ପୁରୁଷ ସଙ୍ଗମ କରିଥିଲି; ତୁମ୍ଭେ କାହା ଔରସ ମୁଁ କହିପାରିବି ନାହଁ। ଏ ଫେରିଯାଇ ଋଷିଙ୍କୁ ସେହି କଥା କହିଲେ। ଋଷି ଏହାଙ୍କ ସତ୍ୟବାଦିତାରେ ସନ୍ତୁଷ୍ଟ ହୋଇ ଏହାଙ୍କ ଉପନୟନ କର୍ମ କଲେ। ଏହାଙ୍କର ଅନ୍ୟନାମ ସତ୍ୟକାମ—(ହି. ଶବ୍ଦସାଗର)।]