ଜାପ Jāpa

  • ସଂ. ବି. (ଜପ୍ ଧାତୁ+ଭାବ. ଅ) — ଜପ; ମନ୍ତ୍ର ଜପିବା — Muttering of prayer or esoteric formulas with the help of a bead
  • ସଂ. ବି. (ଜପ୍ ଧାତୁ+ଭାବ. ଅ) — (+କର୍ତ୍ତୃ. ଅ) ମନ୍ତ୍ର ଜପକାରୀ ବ୍ଯକ୍ତି — A mutterer of mantras
  • ଦେ. ବି. (ସଂ. ଚାପ) — ବାହୁ ହାତ ବା ଦାନ୍ତ ଦ୍ୱାରା କୌଣସି ବସ୍ତୁକୁ ଧରିଥିବା ଅବସ୍ଥାରେ ଉକ୍ତ ବ୍ଯକ୍ତି ଅଜ୍ଞାନ ହୋଇଗଲେ ହାତର ମୁଠା ବା ଦାନ୍ତ ପ୍ରଭୃତି ନ ଫିଟିବା; ଶାଙ୍କୁଳି; ଜାବ — The jumpikg of the hand or arms or fist round a thing held or clenched tightly, due to the holder becoming unconscious; tightened grip of the arms or fingers
  • ଦେ. ବି. (ସଂ. ଚାପ) — ରୋଗ ଯୋଗୁଁ ଦାନ୍ତର ଶାଙ୍କୁଳି ପଡ଼ିଯିବା — Lock-jaw