ଜାତି Jāti
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — ଗୁଣ; ଧର୍ମ; ଆକୃତି ଆଦିର ସମାନତା ଯୋଗୁଁ କରାଯିବା ବିଭାଗ; କୋଟି; ପ୍ରକାରଭେଦ — Species; genus
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — [ଦ୍ର—ଏକ ଗୁଣବିଶିଷ୍ଟ ଏକାଧିକ ବ୍ଯକ୍ତି ବା ଜୀବ ବା ବସ୍ତୁର ସମଷ୍ଟି ବା ସମାଜକୁ ଜାତି ବୋଲାଯାଏ।]
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — ଶାଖା; ସୃଷ୍ଟି ବିଭାଗ; ଶ୍ରେଣୀ — Class
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — (ଅଧିକରଣ ତି) ଗୋତ୍ର; ବଂଶ — Family; clan)
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — (+ କର୍ତ୍ତୃ. ତି) (ଗୁଣକର୍ମ ବିଭାଗଜ) ବ୍ରହ୍ମଣାଦି ଚତୁର୍ବର୍ଣ୍ଣ — One of the four original castes of the Hindus
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — [ଦ୍ର—ହିନ୍ଦୁମାନଙ୍କ ମଧ୍ୟରେ ପ୍ରଥମେ ଗୁଣକର୍ମବିଭାଗ ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ, ଓ ବୈଶ୍ୟ ଓ ଶୂଦ୍ର ଏହି ଚାରିଜାତି ବା ବର୍ଣ୍ଣର ସୃଷ୍ଟ ହୋଇଥିଲା ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ କାଳକ୍ରମେ ଏ ଜାତିବିଭାଗ ଜନ୍ମଗତ ହୋଇ ପଡ଼ିଅଛି। ଏହି 4 ବର୍ଣ୍ଣ ମଧ୍ୟରେ ସାମାଜିକ ରୀତିନୀତିର ପାର୍ଥକ୍ୟ ଅନୁସାରେ ଭିନ୍ନ ଭିନ୍ନ ସମାଜର ସୂତ୍ରପାତ ହେଲା। କଥାବାର୍ତ୍ତାରେ ଆମ୍ଭେମାନେ ଏକ ଧର୍ମାବଲମ୍ବୀ, (ହିନ୍ଦୁ, ଖ୍ରୀଷ୍ଟାନ, ମୁସଲମାନ), ଏକ ଦେଶବାସୀ (ଓଡ଼ିଆ, ବଙ୍ଗାଳୀ), ଏକ ସମାଜଭୁକ୍ତ (ହିନ୍ଦୁଙ୍କ ମଧ୍ୟରେ ଗଉଡ଼, କମାର, ତେଲି; ମୁସଳମାନଙ୍କ ମଧ୍ୟରେ ସିହା, ସ୍ମନ୍ନୀ; ଖ୍ରୀଷ୍ଟାନଙ୍କ ମଧ୍ୟରେ ପ୍ରୋଟେଷ୍ଟାଣ୍ଟ, ରୋମାନ୍କାଥଲିକ୍) ମାନଙ୍କୁ ସେହି ସେହି ଜାତିର ଲୋକ ବୋଲି କହିଥାଉଁ। ଫଳତଃ ଏକ ଧର୍ମରେ ଏକ ଗୁଣରେ, ଏକ ଦେଶରେ, ଏକ ବ୍ଯବସାୟରେ, ଏକ ବ୍ଯବହାରରେ, ଏକ ଧର୍ମବିଶ୍ୱାସରେ ଏକାଧିକ ବ୍ଯକ୍ତି ବା ଜୀବ ବା ବସ୍ତୁଙ୍କ ମଧ୍ୟରେ ସାମଞ୍ଜସ୍ୟ ଦେଖା ହେଲେ ତାଙ୍କୁ ଆମ୍ଭେମାନେ ଏକ ଜାତିର ବୋଲି ଗ୍ରହଣ କରୁଁ।] — [ଦ୍ର—ହିନ୍ଦୁମାନଙ୍କ ମଧ୍ୟରେ ପ୍ରଥମେ ଗୁଣକର୍ମବିଭାଗ ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ, ଓ ବୈଶ୍ୟ ଓ ଶୂଦ୍ର ଏହି ଚାରିଜାତି ବା ବର୍ଣ୍ଣର ସୃଷ୍ଟ ହୋଇଥିଲା ବୋଲି ଶାସ୍ତ୍ରରେ ଲେଖାଅଛି କିନ୍ତୁ କାଳକ୍ରମେ ଏ ଜାତିବିଭାଗ ଜନ୍ମଗତ ହୋଇ ପଡ଼ିଅଛି ଏହି4ବର୍ଣ୍ଣ ମଧ୍ୟରେ ସାମାଜିକ ରୀତିନୀତିର ପାର୍ଥକ୍ୟ ଅନୁସାରେ ଭିନ୍ନ ଭିନ୍ନ ସମାଜର ସୂତ୍ରପାତ ହେଲା କଥାବାର୍ତ୍ତାରେ ଆମ୍ଭେମାନେ ଏକ ଧର୍ମାବଲମ୍ବୀ, (ହିନ୍ଦୁ, ଖ୍ରୀଷ୍ଟାନ, ମୁସଲମାନ), ଏକ ଦେଶବାସୀ (ଓଡ଼ିଆ, ବଙ୍ଗାଳୀ), ଏକ ସମାଜଭୁକ୍ତ (ହିନ୍ଦୁଙ୍କ ମଧ୍ୟରେ ଗଉଡ଼, କମାର, ତେଲି; ମୁସଳମାନଙ୍କ ମଧ୍ୟରେ ସିହା, ସ୍ମନ୍ନୀ; ଖ୍ରୀଷ୍ଟାନଙ୍କ ମଧ୍ୟରେ ପ୍ରୋଟେଷ୍ଟାଣ୍ଟ, ରୋମାନ୍କାଥଲିକ୍) ମାନଙ୍କୁ ସେହି ସେହି ଜାତିର ଲୋକ ବୋଲି କହିଥାଉଁ ଫଳତଃ ଏକ ଧର୍ମରେ ଏକ ଗୁଣରେ, ଏକ ଦେଶରେ, ଏକ ବ୍ଯବସାୟରେ, ଏକ ବ୍ଯବହାରରେ, ଏକ ଧର୍ମବିଶ୍ୱାସରେ ଏକାଧିକ ବ୍ଯକ୍ତି ବା ଜୀବ ବା ବସ୍ତୁଙ୍କ ମଧ୍ୟରେ ସାମଞ୍ଜସ୍ୟ ଦେଖା ହେଲେ ତାଙ୍କୁ ଆମ୍ଭେମାନେ ଏକ ଜାତିର ବୋଲି ଗ୍ରହଣ କରୁଁ]
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — କୁଳ; ମନୁଷ୍ୟ ଯେଉଁ କୁଳରେ ଜନ୍ମ ଲଭିଥାଏ — Class to which a person belongs by birth
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — (ଯଥା—ସେ ଜାତିରେ ହିନ୍ଦୁଥିଲେ, ପରେ ଖ୍ରୀଷ୍ଟିଆନ୍ ହେଲେ।)
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — ଜୀବାଦିଙ୍କ ଶ୍ରେଣୀ; ବର୍ଗ — Class or species of animals
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — (ଯଥା—ଗୋଜାତି; ଅଶ୍ୱଜାତି।)
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — ଜାତିଗତ ବା ସାମାଜିକ ଶାଖା; ପାଟକ — Society; social sub-caste; caste-guild
- ସଂ. ବି. (ଜନ୍ ଧାତୁ=ଉତ୍ପନ୍ନ ହେବା+ ଭାବ. ତି) — ବାର ଜାତି ତେର ଗୋଲା, ବଇଷମ ହେଲେ ସବୁ ଗଲା। ଢଗ।