ଜାଇ Jāi
- ଦେ. ବି. (ସଂ. ଜାତି) — ଧଳା ବାସନାଯୁକ୍ତ ଏକପାଖୁଡ଼ିଆ ଫୁଲବିଶେଷ; ଜାଇଫୁଲ — One-petalled jasmine; jasminum Grandiflorum
- ଦେ. ବି. (ସଂ. ଜାତି) — ଜାଇ ଫିଙ୍ଗିଦେଇ ତୋଳ ତରାଟ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି. (ସଂ. ଜାତି) — କଞ୍ଚାମୁଗ ରଗଡ଼ା ହୋଇ ଚୋପା କଢ଼ା ହୋଇଥିବା ଡାଲି — Split moong-pulse cleared of its chaff
- ଦେ. ବି. (ସଂ. ଜାତି) — [ଦ୍ର—ବିବାହ ଆଦି ମଙ୍ଗଳକାର୍ଯ୍ୟରେ ଆମନ୍ତ୍ରିତ ଶତଶତ ଲୋକଙ୍କ ପାଇଁ ଭାଜି ତାକୁ ଡାଲି ତିଆରି କରି କଞ୍ଚାମୁଗ ଯାକ ରଗଡ଼ି ପକାଇ ସେଥିରେ ହଳଦି ପାଣି ଓ ସାମାନ୍ୟରେ ଘିଅ ଗୋଲାଇ କାଣ୍ଡି ଦେଲେ ଅତି ସୁନ୍ଦର ମୁଗଡାଲି ହୁଏ। ଏହାକୁ ଜାଇକହନ୍ତି। ଗୋଟିଏ ଶୁଭଦିନ ଦେଖି ଜାଇ ରଗଡ଼ା ଆରମ୍ଭ କରାଯାଏ। ଏ କାର୍ଯ୍ୟକୁ ଜାଇବାଇରଗଡ଼ା ବା ଜାଇରଗଡ଼ା କହନ୍ତି।]
- ଦେ. ବି. (ସଂ. ଜାତି) — ଦେହରେ ଦେଖାଯିବା କଳା ଦାଗ; କଳାଜାଇ ମନ୍ଦା — A mole in the body
- ଦେ. ବି. (ସଂ. ଜାତି) — ଜାଇକାଠି (ଦେଖ) — Jāi-kāṭhi (See)