ଜଳ Jaḻa

  • ସଂ. ବି (ଜଳ୍ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ) — ପାଣି; ବାରି; ଉଦକ — Water
  • ସଂ. ବି (ଜଳ୍ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ) — ତରଳ ପଦାର୍ଥ — Liquid
  • ସଂ. ବି (ଜଳ୍ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ) — [ଦ୍ର—ସାଧୁଭାଷା ବ୍ଯବହାରପ୍ରିୟ ଲୋକେ ପାଣି ନ କହି ଜଳ, ଢାଳ ନ କହି ଜଳପାତ୍ର କହନ୍ତି। ତୀର୍ଥଜଳକୁ ସାଧାରଣତଃ ପାଣି ବୋଲି ନ କହି ଲୋକେ "ଗଙ୍ଗାଜଳ" "ଗୋଦାବରୀ ଜଳ" ବୋଲି କହନ୍ତି। ତୀର୍ଥଜଳ ପରସ୍ପର ମୁହଁକୁ ଦିଆଦେଇ ହୋଇ ଦୁଇ ଜଣ 'ଜଳ' ବସନ୍ତି, ଅର୍ଥାତ୍ ବନ୍ଧୁତା ବାନ୍ଧନ୍ତି, ଓ ପରସ୍ପର 'ଜଳ' ବୋଲି ଡକାଡକି ହୁଅନ୍ତି।]
  • ସଂ. ବି (ଜଳ୍ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ) — ଉଶୀର; ବେଣାଚେର; (ହି. ଶବ୍ଦସାଗର) — The fragrant root of Beṇā grass
  • ସଂ. ବି (ଜଳ୍ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ) — ପୂର୍ବାଷାଢ଼ା ନକ୍ଷତ୍ର (ହି. ଶବ୍ଦସାଗର) — The 20th asterism
  • ସଂ. ବି (ଜଳ୍ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ) — (ଫଳିତ ଜ୍ୟୋତିଷ) ଜନ୍ମକୁଣ୍ଡଳୀର ଚତୁର୍ଥ ସ୍ଥାନ (ହି. ଶବ୍ଦସାଗର) — (astrology) The 4th compartment in a person's horoscope
  • ସଂ. ବି (ଜଳ୍ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ) — ସୁଗନ୍ଧ ବାଳା (ହି. ଶବ୍ଦସାଗର) — Name of a herb
  • ସଂ. ବିଣ — ଜଡ଼ — Inert
  • ସଂ. ବିଣ — ଶୀତଳ — cold