ଜଳଜଳ Jaḻa-jaḻa
- ସଂ. ବିଣ. (ସଂ. ଜଳ) — ଜଳପୂର୍ଣ୍ଣ; ପାଣି ସରସର — Watery; overflowing with water; from which water in dropping
- ସଂ. ବିଣ. (ସଂ. ଜଳ) — (ସଂ. ଜାଜ୍ୱଲ୍ୟ) ଉପରେ ଜଳ ବୋଳା ହେଲା ଭଳି ଉଜ୍ଜ୍ୱଳ ଦେଖାଯିବା; ଚକଚକିଆ — Glittering sparking; shinning; lustrous; glaring; glowing;
- ସଂ. ବିଣ. (ସଂ. ଜଳ) — ନିର୍ନିମେଷ (ଦୃଷ୍ଟି) — Without closing the eyelids; starting (look)
- ସଂ. ବିଣ. (ସଂ. ଜଳ) — ଜଳବହୁଳ (ଯଥା—ଆଖୁ) — Filled or brimming with water (e.g. sugarcane)
- ସଂ. ବିଣ. (ସଂ. ଜଳ) — (ସଂ. ଜର୍ଜର) ତେଲିଆ; ମସୃଣ — Oily; smooth
- ସଂ. ବିଣ. (ସଂ. ଜଳ) — ବହୁ ଛିଦ୍ରଯୁକ୍ତ (ଯଥା—ହାଣ୍ଡି) — Having many pores; porous
- କ୍ରି. ବିଣ — ଏକ ଦୃଷ୍ଟିରେ; ନିର୍ନିମେଷ ନୟନରେ (ଚାହିଁ ରହିବା); ଭକ ଭକ ହୋଇ — Staringly
- କ୍ରି. ବିଣ — ଦୁଇ ଆଖିଦେଶରେ ଲଗାଇ କଜ୍ଜଳ, ଚାହୁଁଛି ସବୁରି ମୁଖକୁ ଜଳଜଳ। କୃଷ୍ଣସିଂହ, ମହାଭାରତ, ଅନୁଶାସନ।
- ଦେ. ବି. (ସଂ. ଜଳବହୁଳ) — ମାଛ ଆଦି ରନ୍ଧା ହୋଇଥିବା ତରକାରୀ ଜଳୀୟ ଅଂଶ — The watery portion or soup of a curry
- ଦେ. ବି. (ସଂ. ଜଳବହୁଳ) — ତୁ ଖାଉଥା ଫଳ ଫଳ, ମତେ ଦଉଥା ଜଳଜଳ— ଢଗ।