ଜଳକର Jaḻa-kara

  • ସଂ. ବି. (ମ. ପ. ଲୋ; ଜଳ+କର=ଶୁଳ୍କ; ସଂ. ଶବ୍ଦ କିନ୍ତୁ ଆଧୁନିକ ପ୍ରୟୋଗ) — କ୍ଷେତ୍ରରେ ଜଳ ମଡ଼ାଇବା ପାଇଁ ଜଳସ୍ୱାମୀକୁ କ୍ଷେତ୍ରସ୍ୱାମୀ ଯେଉଁ ଖଜଣା ଦିଏ — Rent paid by the owner of a field to the owner of water with which the field is irrigated; water-rate
  • ସଂ. ବି. (ମ. ପ. ଲୋ; ଜଳ+କର=ଶୁଳ୍କ; ସଂ. ଶବ୍ଦ କିନ୍ତୁ ଆଧୁନିକ ପ୍ରୟୋଗ) — ଜମିଦାରଙ୍କ ନଦୀ, ପୋଖରୀ, ଜୋଡ଼ ଇତ୍ୟାଦିର ଜଳକୁ ପ୍ରଜାମାନେ କ୍ଷେତରେ ମଡ଼ାଇବା ପାଇଁ ଜମିଦାରଙ୍କୁ ଦେବା କର; ଜଳସେଚନ ଦ୍ୱାରା ଜମିଦାରଙ୍କ ହେବା ଆୟ — Income derived from rivers, tanks etc. by the Zamindar
  • ସଂ. ବି. (ମ. ପ. ଲୋ; ଜଳ+କର=ଶୁଳ୍କ; ସଂ. ଶବ୍ଦ କିନ୍ତୁ ଆଧୁନିକ ପ୍ରୟୋଗ) — ସରକାରୀ ନାଳରୁ ପାଣି ମାଡ଼ିବା ଜମିର ମାଲିକଙ୍କଠାରୁ ସରକାର ଆଦାୟକରିବା କର — Canal-revenue
  • ସଂ. ବିଣ (ଜଲ+ କୃ ଧାତୁ+ କର୍ତ୍ତୃ. ଅ) — ଯହିଁରୁ ଜଳ ବାହାରେ — Producing water