ଜମି Jami
- ବୈଦେ. ବି. (ଫା. ଜମୀନ୍) — ଭୂମି; ଭୂଭାଗ — Land; earth
- ବୈଦେ. ବି. (ଫା. ଜମୀନ୍) — ଭୂସମ୍ପତ୍ତି — Landed property
- ବୈଦେ. ବି. (ଫା. ଜମୀନ୍) — [ଦ୍ର—ଜମିଦାରଙ୍କ ଅଧୀନ ଜମି ସ୍ୱତ୍ୱ ଓ ଉର୍ବରତାଭେଦରେ ନାନା ଶ୍ରେଣୀରେ ବିଭକ୍ତ। ମୋଗଲ ରାଜତ୍ୱରେ ଏହି ସବୁ ଶ୍ରେଣୀ ବିଭାଗର ସୃଷ୍ଟି; ତେଣୁ ଭୂମିସଂକ୍ରାନ୍ତ ଯାବତୀୟ ଶବ୍ଦ ଆରବୀଭାଷା— ମୂଳକ। ଜମିଦାରଙ୍କ ଅଧୀନ ଜମିର ଏହି କେତେଗୋଟି ସାଧାରଣ ବିଭାଗ ପ୍ରାୟଶଃ ଦେଖାଯାଏ—ଜିରାଏତି ବା ଆବାଦି ଜମି; ପତିତ ବା ଆନାବାଦି ଜମି। ଅଉଲ୍, ଦୋୟମ୍, ସୋୟମ୍, ଚାହାରମ୍, ଖମାର, ନିଜଚାଷ, ନିଯଯୋତ୍। ଖଞ୍ଜାବାଡ଼ି, ଖଞ୍ଜାକାଟ, ଚାକରାନ୍, ଜାଗିରି, ସେବାଏତି ଯାଗିରି, ଦେବତ୍ତୋର, ବ୍ରହ୍ମୋତ୍ତର, ପିରୋତ୍ତର, ଫକୀରାନ୍, ମହତ୍ରାଣ। ଖରିଦା ଜମାବନ୍ଦି, ଲାଖରାଜ— ବାହେଲ, ଲାଖରାଜ ବାଯ୍ୟାପ୍ତି, କାମିଲ ବାଯ୍ୟାପ୍ତି, ଟଙ୍କି, ଅଧାଜମା। ରଇତି, ଚାନ୍ଦନା ବା ଘରବାଡ଼ି। ତଉଫିର୍, ନୟାବାଦି, ଉଠିବାଟୀ। ମହାଲ ବା ମାଲ। ଗୋଚର, ସର୍ବସାଧାରଣ। ପାହି, ଥାନି। ମଧ୍ୟସ୍ୱତ୍ୱ, ବିରାଦରୀ। କଳାଜମି, ଦୋରସା, ମଟାଳ, ବାଲିଆ, ଖାରି, ଢିପ, ଠେଙ୍ଗ, ଖାଲ, ପାଟ, ଜଳପାଟ, ଝିଲ। ଶାରଦ, ମାଣ୍ଡିକୋଳଥ, ହରମହଶୁଲ, ଦୋଫସଲି, ବଗାଏତ୍, ବଲୁଚର, ପଟୁ।]
- ବୈଦେ. ବି. (ଫା. ଜମୀନ୍) — କ୍ଷେତ; କ୍ଷେତ୍ର — Cultivated land; field plot of land
- ବୈଦେ. ବି. (ଫା. ଜମୀନ୍) — ପ୍ରଜା ବା ରଇତର ଅଧିକୃତ ଯୋତ — Tenant's holding
- ବୈଦେ. ବି. (ଫା. ଜମୀନ୍) — ଧରା; ପୃଥିବୀ — The earth
- ବୈଦେ. ବି. (ଫା. ଜମୀନ୍) — ସ୍ଥାନ — Place; a space of land
- ବୈଦେ. ବି. (ଫା. ଜମୀନ୍) — ମାଟି; ମୃତ୍ତିକା — Soil