ଛଡ଼ି Chhaṟḍ̠i
- ଦେ. ବି. (ସଂ. ଶର; ସରଳ) — ସରୁ ଲମ୍ବ ଯଷ୍ଟି — Long and slender stick; rod
- ଦେ. ବି. (ସଂ. ଶର; ସରଳ) — ହାତରେ ଧରା ହେବା ସରୁ ବାଡ଼ି — Walking stick
- ଦେ. ବି. (ସଂ. ଶର; ସରଳ) — ବେହେଲା ବଜାଇବା କାଠି — The bow of a violin
- ଦେ. ବି. (ସଂ. ଶର; ସରଳ) — ଶୋଭାଯାତ୍ରାଦିରେ ମହନ୍ତ ଓ ରାଜାମାନଙ୍କ ଗହଣରେ ନିଆଯିବା ଚିତ୍ରିତ ଓ ଖଚିତ ଠେଙ୍ଗା; ଆଶାବାଡ଼ି — A thick ornamented stick borne as an insignia with kings and big people in processions
- ଦେ. ବି. (ସଂ. ଶର; ସରଳ) — ଝରକାଆଦିରେ ଲାଗିବା ଧାତୁର ଯଷ୍ଟି — Metal rod or railing
- ଦେ. ବି. (ସଂ. ଶର; ସରଳ) — ମୁଷଲମାନ୍ମାନେ ପୀରଙ୍କ ଆସ୍ଥାନରେ ଚଢ଼ାଇବା ପତାକା; ଝଣ୍ଡୀ — A flag presented by Mahomedans to be flown over the shrine of a saint
- ଦେ. ବି. (ସଂ. ଶର; ସରଳ) — (ଦରଜୀଙ୍କ ଭାଷା) ଜାମାଆଦିର ଠିଆ ବାଗରେ ସିଲାଇ କରାଯାଇଥିବା ଲମ୍ବ ଓ ସରୁ ବସ୍ତ୍ରଖଣ୍ଡ — (tailors' phraseology) A long and strip of cloth sewn to a coat in an erect position
- ଦେ. ବି. (ସଂ. ଶର; ସରଳ) — [ଦ୍ର—ଯେଉଁ ସରୁଆ ବସ୍ତ୍ର ଖଣ୍ଡ କୁରୁତାଆଦିରେ ଆଡ଼ବାଗରେ ଦିଆଯାଏ ତାକୁ ପଟି ବୋଲାଯାଏ।]
- ଦେ. ବି. (ସଂ. ଶର; ସରଳ) — ଆଡ଼ମ୍ବର (ଗୋପୀନାଥ ନନ୍ଦ) — Ado; splendour; display