ଛରା Chharā
- ଦେ. ବି. (ସଂ. କ୍ଷର ଧାତୁ; କିମ୍ବା ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ଘୃଷ୍ଟ ଚନ୍ଦନାଦିର ଛିଟା — Particles of sprinkled sandal-paste
- ଦେ. ବି. (ସଂ. କ୍ଷର ଧାତୁ; କିମ୍ବା ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ଛିଟାଛିଟା ଜଳ ସିଞ୍ଚିବା; ଛେରା; ଛଡ଼ା — Sprinkiling of water
- ଦେ. ବି. (ସଂ. କ୍ଷର ଧାତୁ; କିମ୍ବା ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — (ଯଥା— ସକାଳୁଁ ମାଇପେ ଦୁଆରମୁହଁରେ ଓ ଅଗଣାରେ ଗୋବର— ପାଣିରେ ଛରା ଦିଅନ୍ତି।)
- ଦେ. ବି. (ସଂ. କ୍ଷର ଧାତୁ; କିମ୍ବା ସଂ. କ୍ଷିପ୍ତ, ପ୍ରା. ଛିତ୍ତ) — ବିଶେଷରେ ପୂତ କରୁ କିରେ ମିତ ମୋ ମାର୍ଗରୁ ସୁଧା ଛରାରେ। କବିସୂର୍ଯ୍ୟ, ସଙ୍ଗୀତ।
- ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ଷୁର) — ଖଟଖୁରା — Posts of a bedstead
- ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ଷୁର) — (ସଂ. କ୍ଷୁର)—କ୍ଷୁର — Razor