ଛତୁ Chhatu
- ଦେ. ବି. (ସଂ. ଛତ୍ର; ଛତ୍ରାକ; ଛତ୍ରିକା;) — ଶିଳୀନ୍ଧ୍ର, କାଠରୁ, ଭୂମିରୁ ବା ହୁଙ୍କାରୁ ବାହାରିବା ଛତ୍ରାକାର କ୍ଷୁଦ୍ର ଅପୁଷ୍ପକ ଉଦ୍ଭିଦ — Toadstool; mushroom; fungus; Agaricus
- ଦେ. ବି. (ସଂ. ଛତ୍ର; ଛତ୍ରାକ; ଛତ୍ରିକା;) — [ଦ୍ର—ଏହା ପଚା କାଠରୁ, ସଢ଼ା ଛଣରୁ, ଉଇ ଗାତରୁ ହୁଙ୍କାରୁ ଓ ଗୋବରରୁ ବର୍ଷାଦିନେ ବାହାରେ। ଛତୁ ଅନେକ ରଙ୍ଗର ଓ ଆକାରର ହୁଏ। କେତେକ ଖଦ୍ୟ, କେତେକ ଅଖାଦ୍ୟ ଓ କେତେକ ବିଷାକ୍ତ। ଛତୁ ବହୁତ ପ୍ରକାର ଯଥା—ବାଲି ଛତୁ, ପାଳ ଛତୁ, କାଠ ଛତୁ, ଭୂଇଁ ଛତୁ, ଗୋବର ଛତୁ, ମଣ୍ଡା ଛତୁ, ଖୁଦ ଛତୁ ବା ହୁଙ୍କା ଛତୁ, ରୁଗୁଡ଼ା ଛତୁ। ଛତୁର ଗୋଟିଏ ଡେମ୍ଫ ଓ ଗୋଟିଏ ଛତ୍ରାକାର ଭୁଣ୍ଡି ଥାଏ। ଏହାର ଚେର, ଫଳ, ଫୁଲ ବା ପତ୍ର ନ ଥାଏ। ପରୀକ୍ଷା କରି ଦେଖା ଯାଇଅଛି ଯେ ଯେଉଁଠାରେ ହୁଙ୍କାଭିତରେ ବା ଭୂଇଁତଳେ ଉଇ ବସା ଥାଏ, ସେଠାରେ ଉଇଟାଙ୍କୁରୁ ଛତୁ ଉପରକୁ ଉଠେ।]
- ଦେ. ବି. (ସଂ. ଛତ୍ର; ଛତ୍ରାକ; ଛତ୍ରିକା;) — ଛତୁଆ (ଦେଖ) — Chhatuā (See)
- ଦେ. ବି. (ସଂ. ଛତ୍ର; ଛତ୍ରାକ; ଛତ୍ରିକା;) — ଚୂର୍ଣ୍ଣ; ଚୂନା — Powder
- ଦେ. ବିଣ — ଚୂର୍ଣ୍ଣବିଚୂର୍ଣ୍ଣ — Reduced to powder
- ଦେ. ବିଣ — ଟିକିଟିକି ବହୁ ଖଣ୍ଡରେ ବିଭଜ୍ଜିତ — Reduced or broken into many small bits