ଛଇଳ Chhaiḻa

  • ଦେ. ବିଣ (ସଂ. ଛବି, ପ୍ରା. ଛବିଲ, ଛଇଲ୍ଲ) — ଯେ ଛଟକ ଦେଖାଏ; ବିଳାସଭଙ୍ଗୀଯୁକ୍ତ; ରଙ୍ଗିଆ — Frolicsome
  • ଦେ. ବିଣ (ସଂ. ଛବି, ପ୍ରା. ଛବିଲ, ଛଇଲ୍ଲ) — ରସିକ — Gallant
  • ଦେ. ବିଣ (ସଂ. ଛବି, ପ୍ରା. ଛବିଲ, ଛଇଲ୍ଲ) — ଚତୁର — Clever
  • ଦେ. ବିଣ (ସଂ. ଛବି, ପ୍ରା. ଛବିଲ, ଛଇଲ୍ଲ) — ମନୋହର, ସୁନ୍ଦର — Charming; beautiful; graceful; having a charming appearance
  • ଦେ. ବିଣ (ସଂ. ଛବି, ପ୍ରା. ଛବିଲ, ଛଇଲ୍ଲ) — ଯେ ଛଇ ବା ଆଡ଼ମ୍ବର ଦେଖାଏ — Ostentatious
  • ଦେ. ବିଣ (ସଂ. ଛବି, ପ୍ରା. ଛବିଲ, ଛଇଲ୍ଲ) — ବାକ୍ଚତୁର; ବାକ୍ୟରେ ରସିକତାକାରୀ — Witty; humorous
  • ଦେ. ବିଣ (ସଂ. ଛବି, ପ୍ରା. ଛବିଲ, ଛଇଲ୍ଲ) — ବେଶଭୁଷାରେ ପରିପାଟୀରୂପେ ସଜ୍ଜିତ — Foppish; fine
  • ଦେ. ବି — ନାଗର ଲୋକ; ରସିକ — A beau; a dandy; a gallant
  • ଦେ. ବି — ଏ ବଚନେ ଛଇଳ ହୋଇଲା ଛନ୍ନଛନ୍ନ। ଭଞ୍ଜ, ଲାବଣ୍ୟବତୀ।
  • ଦେ. ବି — ଚକ୍ଚକିଆ ପୋଷାକ ଓ ବେଶପ୍ରିୟ ବ୍ଯକ୍ତି — A person fond of showy dress and toilette