ଚୋଳ Choḻa
- ସଂ. ବି — ଦାକ୍ଷିଣାତ୍ୟର ପ୍ରାଚୀନ ରାଜ୍ୟବିଶେଷ — A ancient kingdom in southern India
- ସଂ. ବି — ଜଣେ ଭଣେ ଚୋଳଦୁର୍ଗେ ଉରଜସେନାନୀ ରହି ନ ପାରିବ ପରା ଗତି ରଣ ଘେନି—ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।
- ସଂ. ବି — [ଦ୍ର—ଆଧୁନିକ ମାନ୍ଦ୍ରାଜପ୍ରଦେଶରେ କୋୟମ୍ଭତ୍ତର, ତ୍ରିଚିନାପଲ୍ଲି, ତାଞ୍ଜୋର, ମହୀଶୂରର ଦକ୍ଷିଣାଂଶ ଅର୍ଦ୍ଧେକ ଅଞ୍ଚଳରେ ପ୍ରାଚୀନ ଚୋଳ ରାଜ୍ୟର ବିସ୍ତାର ଥିଲା। ରାମାୟଣ ଓ ମହାଭାରତରେ ଚୋଳ ରାଜ୍ୟରେ ଉଲ୍ଲେଖ ଅଛି। ଚୌର, ଚୋଳ ଓ ପାଣ୍ଡ୍ୟ ଦାକ୍ଷିଣାତ୍ୟର ଅତି ପ୍ରାଚୀନ ପ୍ରତାପଶାଳୀ ରାଜ୍ୟ ଥିଲା।]
- ସଂ. ବି — ମଞ୍ଜିଷ୍ଠା (ହି. ଶଦ୍ଦସାଗର) — Indian madder plant
- ସଂ. ବି — ସ୍ତ୍ରୀମାନଙ୍କ ପିନ୍ଧିବା କାଞ୍ଚଳା — Bodice; females tight jacket
- ସଂ. ବି — ଛାଲ; ବଳ୍କଳ (ହି. ଶବ୍ଦସାଗର) — Bark of tree
- ସଂ. ବି — କବଚ; ସାଞ୍ଜୁ (ହି. ଶବ୍ଦସାଗର) — Coat of mail
- ସଂ. ବି — ଚୋଳ ଦେଶବାସୀ ବ୍ଯକ୍ତି (ହି ଶବ୍ଦସାଗର) — An inhabitant of Choḻa country
- ଗ୍ରା. ବି. (ସଂ ଚୁଳୁକ) — ଚଳ (ଦେଖ) — Chaḻa (See)