ଚୁଙ୍ଗି Chuṅgi
- ଦେ. ବି — ଚୁଙ୍ଗା (ଦେଖ) — Chuṅgā (See)
- ପ୍ରାଦେ. (କାନ୍ଥି) ବି — ଡିବି; ଡିବିରି — A funnel shaped kerosene lamp without chimney
- ଦେ. ବି — ଅଭଗୁଣା ମଞ୍ଜିର ଦାନିରେ ବାରୁଦ ଭର୍ତ୍ତି କରି ସେଥିରେ ଗୋଟିଏ ଖଡ଼ିକା ବାନ୍ଧି ହାବିଳି ପରି ମରାଯିବା ବାଣ — A kind of small rocket
- ଦେ. ବି — ନଳୀ; ସାନ ନଳ — Small tube
- ଦେ. ବି — ସାନ ଚିଲମ — A small fire-bowl used for smoking guṟḍ̠ākhu, ganja etc
- ଦେ. ବି — (ସଂ. ଚତୁରଙ୍ଗୁଳ; ଫା. ଚଂଗାଲ୍; ଯେତିକି ବସ୍ତୁ ଚାରିଟି ଆଙ୍ଗୁଠିର ଟିପ ସାହାଯ୍ୟରେ ଉଠାଇ ନିଆ ଯାଇପାରେ; ପୂର୍ବେ ହାଟକୁ ପଣ୍ୟ ବିକ୍ରି କରିବାକୁ ଆଣୁଥିବା ପ୍ରତ୍ୟେକ ପାସାରୀମାନଙ୍କଠାରୁ ଜମିଦାର ଚୁଙ୍ଗିଏ ଲେଖାଁଏ ଦ୍ରବ୍ୟ ହାଟତୋଳା ସ୍ୱରୂପ ନେଉଥିବାରୁ)— ସହର ଭିତରକୁ ସହରର ବାହାରୁ ପଣ୍ୟଦ୍ରବ୍ୟ ବିକିବାକୁ ଆଣିବା ବ୍ଯକ୍ତିଠାରୁ ରାଜା ବା ମିଉନିସିପାଲିଟି ଯେଉଁ ଶୁଳ୍କ ନିଅନ୍ତି — A tax on commodities brought into a town for sale; octroi