ଚିଲ Chila
- ଦେ. ବି (ସଂ. ଚିଲ୍ଲ)—(ପ୍ରସହବର୍ଗର ତୀକ୍ଷ୍ଣ ନଖରଯୁକ୍ତ ଦିବାଚର ପକ୍ଷୀ) — ଶଙ୍ଖଚିଲ — The brahmini kite; Haliastus Indicus
- ଦେ. ବି (ସଂ. ଚିଲ୍ଲ)—(ପ୍ରସହବର୍ଗର ତୀକ୍ଷ୍ଣ ନଖରଯୁକ୍ତ ଦିବାଚର ପକ୍ଷୀ) — ମାଟିଆ ଚିଲ — Common kite; Milvus govinda
- ଦେ. ବି (ସଂ. ଚିଲ୍ଲ)—(ପ୍ରସହବର୍ଗର ତୀକ୍ଷ୍ଣ ନଖରଯୁକ୍ତ ଦିବାଚର ପକ୍ଷୀ) — [ଦ୍ର—ଦୁଇପ୍ରକାରର ଚିଲ ଦେଖାଯାନ୍ତି। ଯଥା—ମାଟିଆ ଓ ଶଙ୍ଖଚିଲ। ମାଟିଆ ଚିଲର ରଙ୍ଗ ଖଦିର ବର୍ଣ୍ଣ ଓ ଶଙ୍ଖଚିଲର ଦେହ ନାଲି ଏବଂ ମୁଣ୍ଡ, ଗଳା ଓ ପେଟ ଧଳା। ଏମାନେ ହାତକରୁ ବେଶି ଲମ୍ବ ହୁଅନ୍ତି। ଏମାନଙ୍କ ପକ୍ଷ ଦୀର୍ଘ; ଚଞ୍ଚୁ ଅଗ୍ର ବକ୍ର; ଏମାନେ ମାଛ ଇତ୍ୟାଦି ଝାମ୍ପମାରି ନେଇ ଖାଆନ୍ତି ଓ ମାଛପାଇଁ ଗଡ଼ିଆ ପୋଖରୀ ଗୋଳି ହେଲେ ଏମାନେ ବହୁତ ଉଡ଼ନ୍ତି। ଆଉ ଜାତିଏ ଖଇରା ରଙ୍ଗର ଚିଲଙ୍କ ଠାରୁ ବଡ଼ ଦେଢ଼ହାତ ଲମ୍ବର ପକ୍ଷୀ ଚିଲ ପରି ଦେଖାଯାନ୍ତି। ଏମାନେ ସହରମାନଙ୍କରେ ଉଡ଼ି ଲୋକଙ୍କ ହାତରୁ ମାଛ, ଜଳଖିଆ ଆଦି ଝାମ୍ପି ନେଇଯାନ୍ତି, ଚିଲମାନେ ବହୁ ଦୀର୍ଘକାଳବ୍ୟାପୀ ଚୀଇଁ ରାବ କରନ୍ତି ଓ ଏହା ଶୁଣିଲେ ମନୁଷ୍ୟ କାନ୍ଦିଲା ପରି ଶୁଣାଯାଏ। ମାଈ ଚିଲ ଅଣ୍ଡିରାଚିଲ ଅପେକ୍ଷା ବଡ଼। ସଂ. ନାମ—କୁରରୀ; ଏ ଉଚ୍ଚ ଗଛରେ ବସା କରେ।]