ଚିପ Chipa
- ଦେ. ବି କୁରାଢ଼ି ପ୍ରଭୃତି ଅସ୍ତ୍ରର ଫଳକ ବେଣ୍ଟରେ ଦୃଢ଼— ବଦ୍ଧ ହୋଇ ରହିବା ପାଇଁ ବେଣ୍ଟ ଓ କୁରାଢ଼ିର ଆଖି ମଧ୍ୟସ୍ଥ ଫାଙ୍କରେ ଦିଆଯିବା କ୍ଷୁଦ୍ର କାଷ୍ଠଖଣ୍ଡ; ଚିପୁଆ; ପତଳା ଖିଲ; ପଚରା — A wedge or chip of wood driven alongside the handle into the hole of an axe to tighten its hold with the blade
- ଦେ. ବି ହୁଗୁଳା ମୁଦି ଖସି ନ ପଡ଼ିବା ନିମନ୍ତେ ତହିଁ ଆଗରେ ବ୍ଯବହୃତ ମୁଦିଆ; ଆଗୁଆ — A small ring worn after a slack ring to keep it in position on the finger