ଚାଟି Chāṭi
- ଦେ. ବି — ବଡ଼ ଟୋକେଇ; ବେତା — A big basket
- ଦେ. ବି — ପେଟୁଟିମାନଙ୍କୁ ସେ ଛେନାଚାଟି ପରି, ବଢ଼ାଇଲେ ସମସ୍ତେ ଚିକ୍ୱଣୁଟି କରି। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି — ଲୁଣ ପୋକ୍ତାନ ହେବାର ସ୍ଥାନ — A place where sea-salt is manufactured
- ଦେ. ବି — ଗୁଲିଆ ଦାଦନ ଘେନି ଚାଟିକୁ ଚାଲିଯାଏ—ଫକୀରମୋହନ, ଗଳ୍ପସ୍ୱଳ୍ପ।
- ପ୍ରାଦେ (ବସ୍ତର) ବି. (ତୁଳ. ଏହି ଅର୍ଥରେ ହି. ଚାଁଟୀ) — ଜନ୍ଦା — Big ants
- ପ୍ରାଦେ (ବସ୍ତର) ବି. (ତୁଳ. ଏହି ଅର୍ଥରେ ହି. ଚାଁଟୀ) — ପିମ୍ପୁଡ଼ି — Small ants
- ପ୍ରାଦେ (ମେଦିନୀପୁର) ବି. (ତୁଳ. ଏହି ଅର୍ଥରେ ବଂ. ଚାଟା, ଚାଟାଇ) — ଖଜୁରିପଟି — Mat made of date-palm leaves woven together