ଚରକ Charaka

  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — ଚରକ ସଂହିତା ଆୟୁର୍ବେଦ ଗ୍ରନ୍ଥ; ଚରକ ମୁନି ସଂକଳିତ ଆୟୁର୍ବେଦୀୟ ଗ୍ରନ୍ଥ — A treaties on Hindu medicine by sage Charaka
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — ଚରକ ସଂହିତା ସଂକଳୟିତା ଆଚାର୍ଯ୍ୟ ବା ଋଷିବିଶେଷ — Name a sage who compiled the treatise or Hindu medicine
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — [ଦ୍ର—ଚରକ ସଂହିତା ଦ୍ୱାପର ଯୁଗରେ ଚରିତ ହୋଇ— ଥିବାର କଥିତ। କଥିତ ଅଛି ଯେ, ଚରକ ଋଷି ବ୍ରହ୍ମା, ଧନ୍ୱନ୍ତରୀ, ଇନ୍ଦ୍ର, ଅଶ୍ୱିନୀକୁମାରଦ୍ୱୟ, ଭରଦ୍ୱାଜ, ଆତ୍ରେୟ ଓ ଅଗ୍ନିବେଶ୍ୟ ଆଦିଙ୍କ ନିକଟରେ ବୈଦ୍ଯକ ଶାସ୍ତ୍ରମାନ ଅଧ୍ୟୟନ କରୁଥିଲେ। ଇଉରୋପୀୟମାନେ ଚରକ ସଂହିତାର ଅନୁବାଦ ଦେଖି ବିସ୍ମିତ ହୋଇଅଛନ୍ତି। ଚରକ ମାଦକ ଓ ମଦ୍ୟର ଖୁବ୍ ପ୍ରଶଂସା କରି— ଅଛନ୍ତି। ଏହା ଚିକିତ୍ସା ପାଇଁ ପ୍ରୟୋଜନୀୟ। ପରନ୍ତୁ ଯାଗ, ଯଜ୍ଞ, ଧ୍ୟାନଧାରଣା ଆଦି ପାଇଁ ମଧ୍ୟ ଅତ୍ୟାବଶ୍ୟକ ବୋଲି ସେ ପ୍ରକାଶ କରିଅଛନ୍ତି—ସୁବଳଚନ୍ଦ୍ର ବଙ୍ଗଳା ଅଭିଧାନ।
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — ଚରକ ସଂହିତାରେ ଯଥାକ୍ରମେ ସୂତ୍ର, ଶରୀରସ୍ଥାନ, ଐନ୍ଦ୍ରିୟ, ଚିକିତ୍ସା, ନିଦାନ, ବିମାନ, ବିକଳ୍ପ ଓ ସିଦ୍ଧି ଏହି ଆଠଗୋଟି ବିଷୟ ବା ସ୍ଥାନ ଅଛି—ଜ୍ଞାନେନ୍ଦ୍ର. ବଙ୍ଗଳା ଅଭିଧାନ।]
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — ଚଟକ; ଘରଚଟିଆ ଚଢ଼େଇ (ହି. ଶବ୍ଦସାଗର) — Sparrow
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — ଚର; ଦୂତ — Messenger
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — ଭିକ୍ଷୁକ — Beggar
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — କ୍ଷେତପାପଡ଼ା ବା ଘରପୋଡ଼ିଆ ଗୁଳ୍ମ — A herbarious plant; Oldenlandia Biflora
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — ଭେଦୁଆ; ଗୁପ୍ତଚର — A spy
  • ସଂ. ବି. ପୁଂ. (ଚର ଧାତୁ+କର୍ତ୍ତୃ. ଅକ) — ବାଟୋଇ; ପଥିକ — A traveller