ଚକୋର Chakora

  • ସଂ. ବି. ପୁଂ (ଚକ୍ ଧାତୁ ତୃପ୍ତ ହେବା+କର୍ତ୍ତୃ. ଓର; ଯେ ଚନ୍ଦ୍ର କିରଣ ପାନ କରି ତୃପ୍ତ ହୁଏ) — ପାରାବତ ଜାତୀୟ ପଶ୍ଚିମ ହିମାଳୟସ୍ଥ ନଖର ପକ୍ଷୀ— ବିଶେଷ — The red-legged or Himalaya Patridge; Caccabis Chucar or Rubra; the greak Patridge (a gallinacious bird)
  • ସଂ. ବି. ପୁଂ (ଚକ୍ ଧାତୁ ତୃପ୍ତ ହେବା+କର୍ତ୍ତୃ. ଓର; ଯେ ଚନ୍ଦ୍ର କିରଣ ପାନ କରି ତୃପ୍ତ ହୁଏ) — ଚକୋର ବିଧୁ—ଛବି ହେରି ଉଷତ ହରିଙ୍କ ଧ୍ୟାନେ ଧରି ଯଥା ଭକତ। ରାଧାନାଥ, ତୁଳସୀସ୍ତବକ।
  • ସଂ. ବି. ପୁଂ (ଚକ୍ ଧାତୁ ତୃପ୍ତ ହେବା+କର୍ତ୍ତୃ. ଓର; ଯେ ଚନ୍ଦ୍ର କିରଣ ପାନ କରି ତୃପ୍ତ ହୁଏ) — [ଦ୍ର—ଏମାନେ ଲମ୍ବାରେ ପ୍ରାୟ ଏକ ହାତ ହୁଅନ୍ତି, ଗୋଡ଼ ଲାଲ, ଚକ୍ଷୁ ସୁନ୍ଦର। ସନ୍ଧ୍ୟା ସମୟରେ ଅନେକ ଚକୋର ଏକ ସଙ୍ଗରେ ରାବ କରନ୍ତି। ଏଥିପାଇଁ ପ୍ରବାଦ ଅଛି ଯେ ଏମାନେ ଚନ୍ଦ୍ର କିରଣ ପାନ କରି ବଞ୍ଚନ୍ତି ଓ ଜ୍ୟୋସ୍ନା ଦେଖି ତୃପ୍ତ ହୁଅନ୍ତି।]