ଚଅଁର Cha-añra
- ଦେ. ବି. (ସଂ. ଚମର) — ଚମରୀ ଗୋ ବା କପିଳା ଗାଈର ଲାଙ୍ଗୁଳର ଲମ୍ବ ଲୋମଗୁଚ୍ଛ ଏକତ୍ର ମୂଳରେ ବନ୍ଧାଯାଇ ତିଆରି ହୋଇଥିବା ଚାମର — Chowrie; a long brush made of tufts of the tail-hair of an yak (used as a fan or fly-whisk to drive away fleas from the body)
- ଦେ. ବି. (ସଂ. ଚମର) — [ଦ୍ର—ଚଅଁରର ଯେଉଁ ପାଖରେ ଲୋମଗୁଡ଼ିକ ଗୋଚ୍ଛା ହୋଇ ବନ୍ଧା ହୋଇଥାଏ ସେହି ପାଖରେ ଗୋଟିଏ ଧାତୁର ବା କାଠର ବେଣ୍ଟ ଲାଗିଥାଏ। ଘୋଡ଼ା ଲାଞ୍ଜର ଲମ୍ବ ବାଳରେ ମଧ୍ୟ ଚଅଁର ହୁଏ। ଚଅଁର ରାଜା ଓ ବଡ଼ଲୋକମାନଙ୍କର ଓ ଦେବତାଙ୍କ ସେବାରେ ଲାଗେ। ଚଅଁରର ବେଣ୍ଟକୁ ଧରି ତାକୁ ଇତସ୍ତତଃ ସଞ୍ଚାଳିତ କରାଯାଏ। ଏହାକୁ ଚଅଁର ଢାଳିକା ବା ଚଅଁର ପକାଇବା କହନ୍ତି। ଶୁଣ୍ଡରେ ଚଅଁର ଧରି ତାକୁ ଇତସ୍ତତଃ ଚାଳିବା ପାଇଁ କେତେକ ହାତୀଙ୍କୁ ମଧ୍ୟ ଶିକ୍ଷିତ କରାଯାଇଥାଏ। ଠିଆ— ପାଲାବାଲାଙ୍କ ଗାୟକ ବା ନେତା ଅଭିନୟ କରିବା ବେଳେ ଚଅଁର ଧରି ଥାଆନ୍ତି। ଘୋଡ଼ାଙ୍କ ଦେହରୁ ମାଛି ହୁରୁଡ଼ାଇବା ପାଇଁ ମଧ୍ୟ ଛୋଟ ଚଅଁର ବ୍ଯବହୃତ ହୁଏ।]
- ଦେ. ବି. (ସଂ. ଚମର) — ନଡ଼ିଆ, ଖଜୁରି ଗଛର ଫଳମାନ ଯେଉଁ ଗଛରୁ ବାହାରି ଥାଏ — A bunch (issuing out of cocoa- nut and date-palm trees to which the fruits are attached
- ପ୍ରାଦେ. (ସମ୍ବଲପୁର) ବି — ନିଶୁଣିର ଆଡ଼କାଠ (ଯହିଁରେ ଗୋଡ଼ ଦେଇ ନିଶୁଣିରେ ଚଢ଼ିବାକୁ ହୁଏ) — Foot-pad of a ladder; the cross-bar of a ladder