ଚଅଁ ଚଅଁ Cha-añ cha-añ

  • ଦେ. ଅ (ଧ୍ୱନ୍ୟନୁକରଣ) — ବାଛୁରୀ ଗାଈଚିରକୁ ଓ ଶିଶୁ ମାତୃସ୍ତନକୁ ଚୁଚୁମିବା ବେଳେ ହେବା ଶବ୍ଦ — Sound made by a calf or child sipping milk from its mother's teat
  • ଦେ. ଅ (ଧ୍ୱନ୍ୟନୁକରଣ) — ଦୁଇ ଓଠ ମେଲା ଥାଇ ଉପର ଦାନ୍ତମୂଳ ଓ ଜିଭକୁ ଚିପି ପବନକୁ ଭିତରକୁ ଟାଣିନେବାର ଉଦ୍ୟମଜନିତ ଧ୍ୱନି (ସ୍ତ୍ରୀଲୋକମାନେ 'ଚୁଁ' କଲାବେଳେ 'ଉ' ଯୁକ୍ତ ହୋଇ ଯେଉଁ ଧ୍ୱନି ଶୁଣାଯାଏ) — The sound produced by sucking wind through the tip of the tongue and the root of the upper teeth after joining them and keeping the lips open