ଘୋଳ Ghoḻa

  • ଦେ. ବି. (ଘୁର୍ ଧାତୁ+କର୍ମ. ଅ) — ବସାଦହିରେ ପାଣି ନ ମିଶାଇ ମୋହିଁବାଦ୍ୱାରା ଯେଉଁ ଦହି ବାହାରେ; ମୁହାଁ ହୋଇଥିବା ନିର୍ଜଳ ବସାଦହି; ତନ୍ତ୍ର — Butter-milk; coagulated milk churned without adding water to it
  • ଦେ. ବି. (ସଂ. ଘୋଳ) — ବସାଦହିରେ ପାଣି ମିଶାଇ ମୁହାଁଇ ଲହୁଣୀ ବାହାରକରାଯାଇଥିବା ତରଳ ଦହି — Watered-whey
  • ଦେ. ବି. (ସଂ. ଘୋଳ) — [ଦ୍ର—ସଂସ୍କୃତରେ ଘୋଳର ଅର୍ଥ ମୁହାଁହୋଇଥିବା ନିର୍ଜଳ ବସାଦହି; ଓଡ଼ିଆରେ ଘୋଳର ଅର୍ଥ ପାଣି ମିଶାଯାଇ ମୁହାଁ ହୋଇଥିବା ବସାଦହି।]
  • ଦେ. ବି. (ସଂ. ଘୋଳ) — ଗଳିଆ (ଦେଖ) — Gaḻiā (See)
  • ଦେ. ବିଣ — (ପାଚିଲା ଆମ୍ବ, ଡିମ୍ବ ପ୍ରଭୃତିର ମଧ୍ୟରେ ଥିବା) ବିକୃତ ଓ ତରଳିତ (ଅଂଶ) — Muddled (contents); of an over-ripe mango or stale egg); become spoiled