ଘଟଣା Ghaṭaṇā

  • ଗ୍ରା. ବି (ସଂ. ଘଟନା) — ଘଟିବା — Happening
  • ଗ୍ରା. ବି (ସଂ. ଘଟନା) — ଅକସ୍ମାତ୍ ଘଟିବା ବିଷୟ — Accident
  • ଗ୍ରା. ବି (ସଂ. ଘଟନା) — ବ୍ୟାପାର; ଯାହା ଘଟେ — Event; occurrence
  • ଗ୍ରା. ବି (ସଂ. ଘଟନା) — ଘଟଣା ବିରହରେ ଆବଶ୍ୟ ତ ଜହରେ ତୋ ଘେନି ଆତ୍ମାଘାତୀ ହୋଇଲୁରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଘ. ଗୀତ।
  • ଗ୍ରା. ବି (ସଂ. ଘଟନା) — ରଚନା; ନିର୍ମାଣ — Composition; making
  • ଗ୍ରା. ବି (ସଂ. ଘଟନା) — ପଦ ଘଟନା କରି ଦେଲେ ଲେଖିବି ତୋ କରୁଣା କଲେ ପ୍ରାଚୀ— ପୂର୍ଣ୍ଣତମଚନ୍ଦ୍ରୋଦୟ।
  • ଗ୍ରା. ବି (ସଂ. ଘଟନା) — ଆୟୋଜନ; ବନ୍ଦୋବସ୍ତ; ଯୋଗାଡ଼ — Arrangement; settlement
  • ଗ୍ରା. ବି (ସଂ. ଘଟନା) — ଘର କଳାବତୀପୁରପଟଣା, ବର ମୋ ପାଇଁ ନୋହିଲେ ଘଟଣା— ବୋହୂସୁଆଙ୍ଗ ଗୀତ।