ଗୟା Gayā
- ସଂ. ବି. ସ୍ତ୍ରୀ—(ଗୟା+ଅ+ସ୍ତ୍ରୀ. ଆ) — ବିହାର ପ୍ରଦେଶର ଏହି ନାମର ନଗର ଓ ଜିଲ୍ଲା — Name of a district and town in Bihar; Gya
- ସଂ. ବି. ସ୍ତ୍ରୀ—(ଗୟା+ଅ+ସ୍ତ୍ରୀ. ଆ) — ସ୍ୱନାମପ୍ରସିଦ୍ଧ ମଗଧ ଦେଶର ହିନ୍ଦୁ ତୀର୍ଥସ୍ଥାନ [ଏଠାରେ ଶ୍ରାଦ୍ଧ କଲେ ଓ ପିଣ୍ଡ ଦେଲେ ପିତୃମାନେ ସଦ୍ଗତି ପ୍ରାପ୍ତ ହୁଅନ୍ତି] — A famous place of pilgrimage in Bihar where hindus offer 'Piṇḍa' to their deceased ancestors
- ସଂ. ବି. ସ୍ତ୍ରୀ—(ଗୟା+ଅ+ସ୍ତ୍ରୀ. ଆ) — [ଦ୍ର—ଏ ପୁଣ୍ୟସ୍ଥାନର ଉଲ୍ଲେଖ ରାମାୟଣ, ମହାଭାରତ ଓ ପୁରାଣମାନଙ୍କରେ ଦେଖାଯାଏ। ଏହା ରାଜର୍ଷି 'ଗୟ'ଙ୍କର ରାଜଧାନୀ ଥିଲା। ଏଠାରେ ଗୟଶିର ପର୍ବତ ଉପରେ ଏ ରାଜର୍ଷି ଯଜ୍ଞ କରିଥିଲେ ଓ ବ୍ରହ୍ମସର ନାମକ ଗୋଟିଏ ବଡ଼ ପୁଷ୍କରିଣୀ ଖୋଳାଇ ଥିଲେ। ବୁଦ୍ଧଦେବଙ୍କ ସମୟରେ ମଧ୍ୟ ଏ ସ୍ଥାନ ଗୋଟିଏ ପ୍ରସିଦ୍ଧ ଯଜ୍ଞସ୍ଥଳ ଥିଲା। ରାଜଗୃହରୁ ଆସି ବୁଦ୍ଧଦେବ ପ୍ରଥମେ ଏଠାରେ ଏକ ଯଜମାନଙ୍କ ଅତିଥି ହୋଇଥିଲେ, ତତ୍ପରେ ଏଠାରୁ କିଛି ଦୂର ନିରଂଜନା ନଦୀ କୂଳରେ ଉରୁବେଳା ଗ୍ରାମରେ ତପସ୍ୟା କଲେ। ବୁଦ୍ଧଦେବଙ୍କର ଏହି ତପସ୍ୟା-ସ୍ଥାନକୁ ବର୍ତ୍ତମାନ ବୋଧଗୟା କହନ୍ତି। ଗୟାତୀର୍ଥ ଶ୍ରାଦ୍ଧ ଓ ପିଣ୍ଡଦାନ ପାଇଁ ପ୍ରଶସ୍ତ ଅଟେ। ପୁତ୍ର ଏଠାରେ ପିଣ୍ଡଦାନ ନ କରିବା ପର୍ଯ୍ୟନ୍ତ ମୃତ ପିତାଙ୍କର ମୋକ୍ଷ— ଲାଭ ହୁଏ ନାହିଁ ବୋଲି ହିନ୍ଦୁଙ୍କର ବିଶ୍ୱାସ। ବିଷ୍ଣୁ ଏହିଠାରେ ଗୟ ନାମକ ଅସୁରକୁ ବଧ କରିଥିଲେ। ବାୟୁପୁରାଣରେ ଗୟାମାହାତ୍ମ୍ୟ, ଗୟାଶ୍ରାଦ୍ଧବିଧି ଓ ଗୟାର ବ୍ରାହ୍ମଣ (ପଣ୍ଡା)ଙ୍କ ପୂଜାବିଧି ବର୍ଣ୍ଣିତ ହୋଇଅଛି। ଏଠାରେ 5 ଦିନମଧ୍ୟରେ 64 ଟି ସ୍ଥାନରେ ସ୍ନାନ, ତର୍ପଣ, ପୂଜା ଓ ଶ୍ରାଦ୍ଧାଦି କରାଯାଏ। ଏହା ଫଲ୍ଗୁନଦୀ କୂଳରେ ଅବସ୍ଥିତ; ଗୟାରେ ମୁଗୁନି ଓ ପାଣ୍ଡରା ପଥରର ବାସନ ମିଳେ।] — [ଦ୍ର—ଏ ପୁଣ୍ୟସ୍ଥାନର ଉଲ୍ଲେଖ ରାମାୟଣ, ମହାଭାରତ ଓ ପୁରାଣମାନଙ୍କରେ ଦେଖାଯାଏ ଏହା ରାଜର୍ଷି 'ଗୟ'ଙ୍କର ରାଜଧାନୀ ଥିଲା ଏଠାରେ ଗୟଶିର ପର୍ବତ ଉପରେ ଏ ରାଜର୍ଷି ଯଜ୍ଞ କରିଥିଲେ ଓ ବ୍ରହ୍ମସର ନାମକ ଗୋଟିଏ ବଡ଼ ପୁଷ୍କରିଣୀ ଖୋଳାଇ ଥିଲେ ବୁଦ୍ଧଦେବଙ୍କ ସମୟରେ ମଧ୍ୟ ଏ ସ୍ଥାନ ଗୋଟିଏ ପ୍ରସିଦ୍ଧ ଯଜ୍ଞସ୍ଥଳ ଥିଲା ରାଜଗୃହରୁ ଆସି ବୁଦ୍ଧଦେବ ପ୍ରଥମେ ଏଠାରେ ଏକ ଯଜମାନଙ୍କ ଅତିଥି ହୋଇଥିଲେ, ତତ୍ପରେ ଏଠାରୁ କିଛି ଦୂର ନିରଂଜନା ନଦୀ କୂଳରେ ଉରୁବେଳା ଗ୍ରାମରେ ତପସ୍ୟା କଲେ ବୁଦ୍ଧଦେବଙ୍କର ଏହି ତପସ୍ୟା-ସ୍ଥାନକୁ ବର୍ତ୍ତମାନ ବୋଧଗୟା କହନ୍ତି ଗୟାତୀର୍ଥ ଶ୍ରାଦ୍ଧ ଓ ପିଣ୍ଡଦାନ ପାଇଁ ପ୍ରଶସ୍ତ ଅଟେ ପୁତ୍ର ଏଠାରେ ପିଣ୍ଡଦାନ ନ କରିବା ପର୍ଯ୍ୟନ୍ତ ମୃତ ପିତାଙ୍କର ମୋକ୍ଷ— ଲାଭ ହୁଏ ନାହିଁ ବୋଲି ହିନ୍ଦୁଙ୍କର ବିଶ୍ୱାସ ବିଷ୍ଣୁ ଏହିଠାରେ ଗୟ ନାମକ ଅସୁରକୁ ବଧ କରିଥିଲେ ବାୟୁପୁରାଣରେ ଗୟାମାହାତ୍ମ୍ୟ, ଗୟାଶ୍ରାଦ୍ଧବିଧି ଓ ଗୟାର ବ୍ରାହ୍ମଣ (ପଣ୍ଡା)ଙ୍କ ପୂଜାବିଧି ବର୍ଣ୍ଣିତ ହୋଇଅଛି ଏଠାରେ5ଦିନମଧ୍ୟରେ64ଟି ସ୍ଥାନରେ ସ୍ନାନ, ତର୍ପଣ, ପୂଜା ଓ ଶ୍ରାଦ୍ଧାଦି କରାଯାଏ ଏହା ଫଲ୍ଗୁନଦୀ କୂଳରେ ଅବସ୍ଥିତ; ଗୟାରେ ମୁଗୁନି ଓ ପାଣ୍ଡରା ପଥରର ବାସନ ମିଳେ]