ଗୋବ Goba

  • ଦେ. ବି. — ଛତି ଥିବା କଣ୍ଟା — Iron nail with a flat round head
  • ଦେ. ବି. — ଯଷ୍ଟିର ଅଗଦ୍ୱାରା କରାଯିବା କୁଟା ପ୍ରହାର; କୁନ୍ଦା ମାଡ଼ — Ramming blow with the head or butt of a stick
  • ଦେ. ବି. — ମୁଠା କରା ଯାଇଥିବା ହାତଦ୍ୱାରା ଗେଞ୍ଜା ମାଡ଼ — Poking blow with the fisted hand
  • ଦେ. ବି. — ଢାଲ ଆଦି ଉପରେ ବା କବାଟରେ ମରାଯିବା ଗୋଲ୍ ଆବୁଆବୁଆ ଫୁଲୁକା ଚିହ୍ନ — Knobs over shields, door-leaves etc
  • ଦେ. ବି. — ଖୋବା — Stout wooden pin
  • ଦେ. ବି. — ସିଝୁ ବା କଦଳୀପୁଆ ଆଦିର ମୁଣ୍ଡିକୁ ଗରମ କରି ତାହା— ଦ୍ୱାରା ଦରଜ ହେବା ସ୍ଥାନରେ ବସାଯିବା ଦାଗ ବା ଛାପ — Stamping of painful limbs with the stumps of some trees
  • ଦେ. ବି. — ବାଡ଼ି ବା ବନ୍ଧୁକର ମୂଳ ଅଂଶ — The lower end or stock of a stick or gun