ଗୋଧି Godhi
- ଦେ. ବି (ସଂ. ଗୋଧା; ଗୋଧିକା) — ଗୋଧି ସାପ — Iguana; Varanus Salvator
- ଦେ. ବି (ସଂ. ଗୋଧା; ଗୋଧିକା) — [ଦ୍ର—ଏହା ଚତୁଷ୍ପଦ ସରୀସୃପ, ଲମ୍ବରେ ପ୍ରାୟ ଦୁଇ ହାତ ବଢ଼େ। ଏହାର ଜିହା ଦ୍ୱିଖଣ୍ଡିତ, ଚକ୍ଷୁର ତାରା ଗୋଲ; ଦେହର ବର୍ଣ୍ଣ ପାଉଁଶିଆ। ଏହାର ଦେହଯାକ କାତି ପରି କ୍ଷୁଦ୍ର ଚକ୍ରାକାର ଚିହ୍ନ ଗୁଡ଼ିଏ ଥାଏ; ଛାତି ଆପୀତ। ଜଳ ନିକଟରେ ଓ ଜଙ୍ଗଲିଆ ଜାଗାରେ ଏ ବାସକରେ। ଲୋକଙ୍କର ବିଶ୍ୱାସ ଗୋଧିକାମୁଡ଼ା ବିଷ ଘଡ଼ଘଡ଼ି ନ ମାଇଲେ ଝଡ଼େ ନାହିଁ; କିନ୍ତୁ ପ୍ରକୃତରେ ଗୋଧି ନିର୍ବିଷ ଜୀବ। ଗୋଧିଚମଡ଼ାରେ ଯୋତା, ଖଞ୍ଜଣିର ଖୋଳ ଆତି ତିଆରି ହୁଏ। ଗୋଧି ଚମଡ଼ା ବୈଜ୍ଞାନିକ ପ୍ରକ୍ରିୟାରେ ସଫା — (tan)କରାଗଲେ ମଧ୍ୟ ଏଥିରେ ସୁନ୍ଦର ଚକ୍ରାକାର ଚିହ୍ନମାନେ ରହେ]
- ସଂ. ବି—(ଗୋ+ଧା ଧାତୁ+ଇ) — କପୋଳ — Forehead
- ସଂ. ବି—(ଗୋ+ଧା ଧାତୁ+ଇ) — ଗୋମୁହାଁ କୁମ୍ଭିର — A kind of man-eating alligator