ଗୁଲି Guli

  • ଦେ. ବି — ମଦତ୍; ଅଫିମ ଓ ପୋଡ଼ା ପିଜୁଳିପତ୍ର ନିଆଁରେ ରନ୍ଧା ହୋଇ ଧୂମପାନାର୍ଥ ପ୍ରସ୍ତୁତ ହେବା ମାଦକ ଦ୍ରବ୍ଯବିଶେଷ — 1. Madat; a smoking intoxicating preparation (bullet) prepared by frying opium with burnt guava leaves
  • ଦେ. ବି — କାଖରେ ବାହାରିବା ବ୍ରଣ; କାଖଚୁଲି — A boil in the armpit
  • ଦେ. ବି — ଗୁଳ (ଦେଖ) — 3. Guḻa (See)
  • ଦେ. ବି — ବାଳକମାନଙ୍କର ଖେଳିବା ଗୋଲାକାର ପ୍ରସ୍ତରଖଣ୍ଡ ବା କାଚ ଗୋଟାଳି; ମାର୍ଗୋଲି — Children's marbles; a little ball of marble or glass. used as a play-thing by children
  • ଦେ. ବି — ପିଣ୍ଡୁଳା — A roll
  • ଦେ. ବି — ଦୂରତ୍ୱର ପରିମାଣବିଷେଶ; ବନ୍ଧୁକର ଗୋଲା ଯେତେ ଦୂର ପର୍ଯ୍ୟନ୍ତ ଯାଇ ପାରେ ସେହି ପରିମିତ ଦୂରତ୍ୱ — A measure of distance; range of a bullet
  • ପ୍ରାଦେ. (ଗଞାମ). ବି — ବାଉଁଶରେ ନିର୍ମିତ ଟୋକେଇ — Bamboo-basket
  • ପ୍ରାଦେ. (ସମ୍ବଲପୁର) ବି — ଜୋକିଆ; ପରିକଣ୍ଟା; ଲଙ୍ଗଳର ପଖିମଝିରେ ମରାଯିବା ଲଙ୍ଗଳ ଲୁହାକୁ ଚିପି ରଖିବାପାଇଁ ବ୍ଯବହୃତ କଣ୍ଟା — A hooked nail stuck into the plough-blade for holding the plough-share tightly
  • ପ୍ରାଦେ. (ସିଂହଭୂମ) ପ୍ରତ୍ୟୟ (ବହୁବଚନ) — ମାନେ; ଗୁଡ଼ି; ଗୁଡ଼ିକ — Many