ଗୁପ୍ତ Gupta
- ସଂ. ବିଣ. (ଗୁପ୍ ଧାତୁ+କର୍ମ. ତ) — ରକ୍ଷିତ — Protected; guarded; preserved
- ସଂ. ବିଣ. (ଗୁପ୍ ଧାତୁ+କର୍ମ. ତ) — ଅପ୍ରକାଶ୍ୟ — Confidential
- ସଂ. ବିଣ. (ଗୁପ୍ ଧାତୁ+କର୍ମ. ତ) — ଗୂଢ଼ — Secret
- ସଂ. ବିଣ. (ଗୁପ୍ ଧାତୁ+କର୍ମ. ତ) — ଲୁକ୍କାୟିତ — Concealed; hidden
- ସଂ. ବିଣ. (ଗୁପ୍ ଧାତୁ+କର୍ମ. ତ) — ଅଦୃଶ୍ୟ — Hidden from view
- ସଂ. ବିଣ. (ଗୁପ୍ ଧାତୁ+କର୍ମ. ତ) — ଅଲକ୍ଷିତ — Latent; clandestine
- ସଂ. ବିଣ. (ଗୁପ୍ ଧାତୁ+କର୍ମ. ତ) — ସଂବୃତ; ଆଚ୍ଛାଦିତ — Covered over; enveloped
- ସଂ. ବି. — ବୈଶ୍ୟ ଓ ଶୂଦ୍ରାଦିଙ୍କର ବଂଶୋପାଧି — A family-title of Ba̲i̱ṡyas and Ṡūdras
- ସଂ. ବି. — [ଦ୍ର—ବ୍ରାହ୍ମଣଙ୍କ ଉପାଧିରେ ଶର୍ମା ଓ ଦେବ; କ୍ଷତ୍ରିୟଙ୍କର ବର୍ମା, ବୈଶ୍ୟଙ୍କର ଗୁପ୍ତ ଓ ଭୂତି; ଏବଂ ଶୂଦ୍ରଙ୍କର ଦାସ ବ୍ଯବହୃତ ହୁଏ। ଗୁପ୍ତ ଉପାଧିଧାରୀ ରାଜବଂଶ ଭାରତରେ ଏବଂ ବଙ୍ଗ ବିହାରରେ ପୂର୍ବେ ରାଜତ୍ୱ କରୁଥିଲେ, ଯଥା—ଚନ୍ଦ୍ରଗୁପ୍ତ; ସମୁଦ୍ରଗୁପ୍ତ।]
- ସଂ. ବି. — ବିଷ୍ଣୁଙ୍କ ନାମ — An epithet of Bishṇu