ଗୁଆ Guā
- ଦେ. ବି (ସଂ. ଗୁବାକ) — ବୃକ୍ଷବିଶେଷ ଏବଂ ତାହାର ଫଳ — Betel-nut and its tree
- ଦେ. ବି (ସଂ. ଗୁବାକ) — [ଦ୍ର—ଏହି ବୃକ୍ଷ ସମୁଦ୍ର ନିକଟବର୍ତ୍ତୀ ଦକ୍ଷିଣ ଭାରତ, ବଙ୍ଗ ଓ ବ୍ରହ୍ମଦେଶରେ ଜନ୍ମେ। ଆସାମ ଓ ଦକ୍ଷିଣ ଭାରତରେ ଏହାର କୃଷି ହୁଏ। ପୂର୍ବବଙ୍ଗରେ ଏହା ଜଙ୍ଗଲରେ ଜନ୍ମେ। ଓଡ଼ିଶାରେ ଅନେକ ସ୍ଥାନରେ ଏହାର କୃଷି କରାଯାଏ। ଗୁଆ 4 ପ୍ରକାର— 1 । ଆଚୀନ ବା ଜାହାଜୀ; 2 । ସାହାପୁରୀ; 3 । ଛିଟ; 4 । ଦେଶୀ ବା ମାଣିକି— ଚାନ୍ଦି। ଏହା ବ୍ରତ ବିବାହାଦି ମଙ୍ଗଳ କାର୍ଯ୍ୟରେ ପବିତ୍ର ଫଳରୂପେ ଓ ବନ୍ଧୁ ନିମନ୍ତ୍ରଣ ଆଦି କାର୍ଯ୍ୟରେ ବ୍ଯବହୃତ ହୁଏ। ବୈଦିକ— ଅନୁଷ୍ଠାନରେ ଏହା ପ୍ରଥମ ଓ ପ୍ରଧାନ ଅଙ୍ଗ। ଏହା କଟା ହୋଇ ପାନ ସଙ୍ଗେ ଖିଆଯାଏ। ଦକ୍ଷିଣ ଓ ଗୁଜୁରାଟ ଅଞ୍ଚଳରେ କଞ୍ଚା ଗୁଆକୁ ସିଝାଇ ଚେକା ଚେକା କରି କାଟି ବ୍ଯବହାର କରନ୍ତି।] — [ଦ୍ର—ଏହି ବୃକ୍ଷ ସମୁଦ୍ର ନିକଟବର୍ତ୍ତୀ ଦକ୍ଷିଣ ଭାରତ, ବଙ୍ଗ ଓ ବ୍ରହ୍ମଦେଶରେ ଜନ୍ମେ ଆସାମ ଓ ଦକ୍ଷିଣ ଭାରତରେ ଏହାର କୃଷି ହୁଏ ପୂର୍ବବଙ୍ଗରେ ଏହା ଜଙ୍ଗଲରେ ଜନ୍ମେ ଓଡ଼ିଶାରେ ଅନେକ ସ୍ଥାନରେ ଏହାର କୃଷି କରାଯାଏ ଗୁଆ4ପ୍ରକାର—1 ଆଚୀନ ବା ଜାହାଜୀ;2 ସାହାପୁରୀ;3 ଛିଟ;4 ଦେଶୀ ବା ମାଣିକି— ଚାନ୍ଦି ଏହା ବ୍ରତ ବିବାହାଦି ମଙ୍ଗଳ କାର୍ଯ୍ୟରେ ପବିତ୍ର ଫଳରୂପେ ଓ ବନ୍ଧୁ ନିମନ୍ତ୍ରଣ ଆଦି କାର୍ଯ୍ୟରେ ବ୍ଯବହୃତ ହୁଏ ବୈଦିକ— ଅନୁଷ୍ଠାନରେ ଏହା ପ୍ରଥମ ଓ ପ୍ରଧାନ ଅଙ୍ଗ ଏହା କଟା ହୋଇ ପାନ ସଙ୍ଗେ ଖିଆଯାଏ ଦକ୍ଷିଣ ଓ ଗୁଜୁରାଟ ଅଞ୍ଚଳରେ କଞ୍ଚା ଗୁଆକୁ ସିଝାଇ ଚେକା ଚେକା କରି କାଟି ବ୍ଯବହାର କରନ୍ତି]
- ଦେ. ବି (ସଂ. ଗୁବାକ) — ଉତ୍ସବାଦି ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କଠାକୁ ପଠାଯିବା ଗୁଆସହ ନିମନ୍ତ୍ରଣ — Betel-nut sent with formal invitations to relations and friends in social functions
- ଦେ. ବି (ସଂ. ଗୁବାକ) — ଗୁବ୍ୱା; ସାଂସଳ ସ୍ଥାନରେ ହଠାତ୍ ଟାଣ ବସ୍ତୁଦ୍ୱାରା ଜୋରରେ ଆଘାତ କଲେ ସେଠାରେ ବାହାରି ପଡ଼ିବା ଗୁଆପରି ଫୁଲା — Nut-like swelling coming out in the fleshy parts of the body when suddenly struck in to a hard substance
- ଦେ. ବିଣ. (ସଂ. ଗବ୍ୟ) — ଗାଈଠାରୁ ଉତ୍ପନ୍ନ — Produced from the cow; pertaining to the cow
- ଦେ. ବିଣ. (ସଂ. ଗବ୍ୟ) — (ଯଥା—ଗୁଆଘିଅ, ଗୁଆଲହୁଣୀ, ଗୁଆଦହି।)