ଗାଦି Gādi
- ସଂ. ବି. (ଗଦ=କୃଷ୍ଣଙ୍କ ସାନ ଭାଇ+ଅପତ୍ୟାର୍ଥରେ. ଇ) — ଗଦଙ୍କ ପୁତ୍ର; କୃଷ୍ଣଙ୍କ ପୁତୁରା — The son of Ṡrīkṛushṇa's younger brother
- ବୈଦେ. ବି. (ଫା. ଗଦ୍ଦି) — ରାଜସିଂହାସନ — Throne
- ବୈଦେ. ବି. (ଫା. ଗଦ୍ଦି) — (ଦେବତା), ମହନ୍ତ, ମହାପୁରୁଷ ଓ ହାକିମଆଦିଙ୍କ ଆସନ ବା ବସିବାର ସ୍ଥାନ — Seat of a Deity or great man or judge
- ବୈଦେ. ବି. (ଫା. ଗଦ୍ଦି) — ରାଶି; ସ୍ତୂପ; ଗଦା — Heap; mass; mound
- ବୈଦେ. ବି. (ଫା. ଗଦ୍ଦି) — ପଥର ଆଦିର ଗଦା — A heap of stones
- ବୈଦେ. ବି. (ଫା. ଗଦ୍ଦି) — ଏକତ୍ରୀକରଣ — Amassing
- ବୈଦେ. ବି. (ଫା. ଗଦ୍ଦି) — ମହନ୍ତ ବା ମହାପୁରୁଷ ଆଦିଙ୍କ ମଠ — A place occupied by a great anchorite
- ବୈଦେ. ବି. (ଫା. ଗଦ୍ଦି) — ପୋଥି ଆଦି ଏକତ୍ର ରଖାଯିବା ସ୍ଥାନ; ଭାଗବତ ଗାଦି — A massed library of religious books
- ବୈଦେ. ବି. (ଫା. ଗଦ୍ଦି) — ମଞ୍ଚ; ଉଚ୍ଚସ୍ଥାନ — Raised platform
- ବୈଦେ. ବି. (ଫା. ଗଦ୍ଦି) — ମହାପୁରୁଷମାନଙ୍କ କବର ସ୍ଥାନ ବା ସମାଧି; (ଯହିଁ ମଧ୍ୟରେ ମୃତମହାପୁରୁଷଙ୍କ ଅସ୍ଥି ରଖା ହୋଇ ମାଟି ଗଦା ହୋଇଥାଏ) — Burial place of a saint; a mound under which the ashes of a great man or saint are laid
- ବୈଦେ. ବି. (ଫା. ଗଦ୍ଦି) — ଶାସନକର୍ତ୍ତାଙ୍କ ପଦ ବା ଅଧିକାର — The post of a ruler or governor
- ବୈଦେ. ବି. (ଫା. ଗଦ୍ଦି) — (ଯଥା—ଅମୁକ ସାଲରେ ବଙ୍ଗଳା ଗାଦିରେ ଅମୁକ ଲାଟ ବସିଥିଲେ।)