ଗାଇବା Gāibā
- ଦେ. କ୍ରି. (ସଂ. ଗୈ ଧାତୁ) — ଗାନ କରିବା; ଗୀତ ବୋଲିବା — To sing
- ଦେ. କ୍ରି. (ସଂ. ଗୈ ଧାତୁ) — ସଲଜ୍ଜ ଗାଏ ନିଲ୍ଲଜ୍ଜ ବାଏ ଅତି ବେହିୟା ନାଚି ନାଚି ଯାଏ—ଢଗ।
- ଦେ. କ୍ରି. (ସଂ. ଗୈ ଧାତୁ) — ପଦ୍ଯ ଆବୃତ୍ତି କରିବା — To recite a poem
- ଦେ. କ୍ରି. (ସଂ. ଗୈ ଧାତୁ) — ବହଲେଇବା; ବାହୁଲ୍ୟ କରି କହିବା — To speak extensively or too much
- ଦେ. କ୍ରି. (ସଂ. ଗୈ ଧାତୁ) — ଶ୍ୱେତାଙ୍ଗ ଛାମୁରେ ମିଛ ସତ ଗାଇ—ରାଧାନାଥ, ଦରବାର।
- ଦେ. କ୍ରି. (ସଂ. ଗୈ ଧାତୁ) — ବାରଂବାର କହିବା — To speak repeatedly
- ଦେ. କ୍ରି. (ସଂ. ଗୈ ଧାତୁ) — ପିତୃଦେବ ଅତିଥିଙ୍କି ଯେ ଅନ୍ନ ଦିଏ ତା ପୁଣ୍ଯ ଗାଇଲେ ନ ସରିବ ହେ ରାଏ—କୃଷ୍ଣସିଂହ, ମହାଭାରତ, ଅନୁ।
- ଦେ. କ୍ରି. (ସଂ. ଗୈ ଧାତୁ) — ନାମ ଗାନ କରିବା — To sing the name of (in respect)
- ଦେ. କ୍ରି. (ସଂ. ଗୈ ଧାତୁ) — ଦିନ ବଞ୍ଚନ୍ତି କୃଷ୍ଣ ଗାଇ ଅନ୍ତରେ ତାର ପଦ ଧ୍ୟାୟି—ଜଗନ୍ନାଥ, ଭାଗବତ।
- ଦେ. କ୍ରି. (ସଂ. ଗୈ ଧାତୁ) — [ଦ୍ର—ଗାଇବା ସଙ୍ଗେ ବଜା(ଜେ)ଇବା ଶବ୍ଦ ସହଚରରୂପେ ବ୍ଯବହୃତ ହୁଏ।]