ଗାଆଣୀ Gā-āṇī
- ଗ୍ରା. ବି. ସ୍ତ୍ରୀ. (ସଂ. ଗାୟିନୀ) — ଗାୟିକା — A female singer; songstress
- ଗ୍ରା. ବି. ସ୍ତ୍ରୀ. (ସଂ. ଗାୟିନୀ) — ରାଜାନ୍ତଃପୁରରେ ଥିବା ଗୀତବିଶାରଦା ଦାସୀ — A female singer in a Raja's harem
- ଦେ. ବିଣ. ସ୍ତ୍ରୀ — ଗୀତ ଗାଇବାରେ ସୁନିପୁଣା — (woman) Well-versed in singing