ଗହଣ Gahaṇa

  • ଦେ. ବି — (ସଂ. ଗହନ) ବନ — Dense jungle
  • ଦେ. ବି — (ସଂ. ଗଣ) ରାଜାଦିଙ୍କ ସଙ୍ଗେ ଯିବା ବହୁ ଅନୁଚର — Retinue of a distinguished personage
  • ଦେ. ବି — (ସଂ. ଗଣ) ସମଭିବ୍ଯାହାର ବା ସଙ୍ଗ — Following or company
  • ଦେ. ବି — ଦିନେ ଉଷା ସଖୀ-ଗହଣେ ପ୍ରତ୍ୟୁଷେ ମହାକୌତୁକେ ବରାହ ମୃଗୟା ପାଇଁ ପୁରୁ ଗଲା ପଶ୍ଚିମ ମୁଖେ—ରାଧାନାଥ, ଉଷା।
  • ଦେ. ବି — (ସଂ.ଗଣ) ଜନତା; ସମୂହ; ଗଣ; ଦଳ — Crowd; multitude
  • ଦେ. ବି — ତୁମ୍ଭ ଯୋଦ୍ଧା ଗହଣ ହାରି ଦେହ ଜ୍ଞାନ ଧାଇଁଲେ ଭୀଷ୍ମଠାକୁ ଘେନି ଦୁର୍ଯ୍ୟୋଧନ—କୃଷ୍ଣସିଂହ, ମହାଭାରତ, ଭୀମ।
  • ଦେ. ବି — (ସଂ. ଗ୍ରହଣ) ପୋଷାକ — Dress, fitting
  • ଦେ. ବି — (ସଂ. ଗ୍ରହଣ) ଅଳଙ୍କାର; ଗହଣା — Ornament