ଗର୍ଭକ Garbhak
- ସଂ. ବି. (ଗର୍ଭ+ସ୍ଥିତି ଅର୍ଥରେ. କ) — କେଶ ବା ଖୋଷା ମଧ୍ୟରେ ଥିବା ଫୁଲମାଳ; କେଶଭୂଷଣ ପୁଷ୍ପ — A garland or flower for the hair or the chignon
- ସଂ. ବି. (ଗର୍ଭ+ସ୍ଥିତି ଅର୍ଥରେ. କ) — ଗର୍ଭକ କଲା ଚଉଁରୀ ପ୍ରକାଶେ ରତ୍ନଭଉଁରୀ, ଖଞ୍ଜି ଅଛି ଗୋଟି ଚମ୍ପା ଧଇର୍ଯ୍ୟ କମ୍ପା। ଭଞ୍ଜ, ଲାବଣ୍ୟବତୀ।
- ସଂ. ବି. (ଗର୍ଭ+ସ୍ଥିତି ଅର୍ଥରେ. କ) — ପୁଷ୍ପଗୁଚ୍ଛ — A bunch of flowers
- ସଂ. ବି. (ଗର୍ଭ+ସ୍ଥିତି ଅର୍ଥରେ. କ) — ଫୁଲତୋଡ଼ା — Nosegay
- ସଂ. ବି. (ଗର୍ଭ+ସ୍ଥିତି ଅର୍ଥରେ. କ) — ଦୁଇରାତ୍ରି ଓ ତନ୍ମଧ୍ୟବର୍ତ୍ତୀ ଏକ ଦିନ ସମୟ — An aggregate of two nights and one day between them (period of 36 hours)
- ସଂ. ବିଣ. (ବହୁବ୍ରୀହି ସମାସରେ ଅନ୍ଯ ଶବ୍ଦ ପରେ ଗର୍ଭଶବ୍ଦ ଯୁକ୍ତ ହୋଇ ତହିଁରେ କ ଯୋଗ ହୋଇ ନିଷ୍ପନ୍ନ ରୂପ; ଯଥା— ନୀତିଗର୍ଭକ) — The form assumed by the word Garbha when joined to another word in a compound
- ସଂ. ବିଣ. [ଦ୍ର—ଏହି ଶବ୍ଦଯୁକ୍ତ ବିଶେଷଣ ପଦର ଏଥିଯୋଗୁଁ ଅର୍ଥ।]
- ସଂ. ବିଣ. ଅମୁକରେ ପୂର୍ଣ୍ଣ—(ଯଥା; ସାରଗର୍ଭକ, ନୀତିଗର୍ଭକ) — Full of (so and so)
- ସଂ. ବିଣ. ଅମୁକକୁ ଅନ୍ତଃସ୍ଥଳରେ ଧାରଣ କରିଥିବା (ଯଥା ଅଗ୍ନି— ଗର୍ଭକ — Holding (so and so) within